ବିରଳ ଅସ୍ତ୍ରୋପଚାର ଫଳରେ ଆଙ୍ଗୁଠି ଫେରିପାଇଲେ ଦଶ ବର୍ଷର ବାଳକ : ଏବେ ଲେଖି ପାରୁଛନ୍ତି

ନୂଆଦିଲ୍ଲୀ: ଜଣେ ଦଶ ବର୍ଷର ବାଳକ ବୀରେନ୍ଦ୍ର ସିଂହ ସ୍ନାନ କରିବା ବେଳେ ଇମର୍ସନ ହିଟରର ରଡ଼୍‍ ଉପରେ ତାଙ୍କ ହାତ ପଡ଼ିଯିବା ପରେ ହାତ ଆଙ୍ଗୁଠି ପୋଡ଼ିଯାଇଥିଲା। ତାଙ୍କ ହାତ ଆଙ୍ଗୁଳି ଗୁଡ଼ିକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହାଫଳରେ ବୀରେନ୍ଦ୍ର ଲେଖାଲେଖି କରିପାରୁ ନ ଥିଲେ।
ଏବେ କିନ୍ତୁ ଏକ ବିରଳ ଅସ୍ତ୍ରୋପଚାର ଯୋଗୁଁ ବୀରେନ୍ଦ୍ର ନିଜ ଡ଼ାହାଣ ହାତରେ ସବୁ କାମ କରିବାକୁ ସକ୍ଷମ ହୋଇଛନ୍ତି।

ଦିଲ୍ଲୀର ସଫଦରଜଙ୍ଗ୍‌ରେ ଥିବା କେନ୍ଦ୍ର ସରକାରଙ୍କ ଡ଼ାକ୍ତରଖାନାରେ ଆଙ୍ଗୁଳିରୁ ହାତ ଯାଏଁ ଏକ ଜଟିଳ ଅସ୍ତ୍ରୋପଚାରରେ ବୃଦ୍ଧ ଆଙ୍ଗୁଳି ଓ ଅନ୍ୟ ଆଙ୍ଗୁଳି ଗୁଡ଼ିକୁ ପୁନଃର୍ଗଠିତ କରାଯାଇ ଯୋଡ଼ାଯାଇଥିଲା। ଏହାକୁ ଆଙ୍ଗୁଠି ମୂଳରେ ଯୋଡ଼ାଯାଇ ରକ୍ତ ସଞ୍ଚାଳନ କରାଯାଇଥିଲା । ଏହା ଠିକ୍‌ ହେବା ପରେ ଏହି ଅସ୍ତ୍ରୋପଚାର ସଫଳ ହୋଇଥିଲା। ଦକ୍ଷିଣ ଦିଲ୍ଲୀର ଛତ୍ତରପୁର ଅଞ୍ଚଳର ତୃତୀୟ ଶ୍ରେଣୀରେ ପଢ଼ୁଥିବା ଏହି ବାଳକ ବୀରେନ୍ଦ୍ର ବର୍ତ୍ତମାନ ଲେଖି ପାରୁଥିବାରୁ ଖୁସି ଅଛନ୍ତି।

photo-indiatoday

ବୀରେନ୍ଦ୍ରର ପିତା ବୀରେନ୍ଦର୍‌ ସିଂହ ଏହି ଅଘଟଣ କଥା ମନେ ପକାଇ କହିଛନ୍ତି ,‘ସେ ଦିନ ପୁରା ପରିବାର ଏକ ପାରିବାରିକ ଗେଟ ଟୁଗେଦର୍‌ ପାର୍ଟିକୁ ବାହାରିଥାଉ। ପୁଅ ସ୍କୁଲରୁ ଫେରି ଗାଧୋଉଥିବା ବେଳେ ଏହି ଅଘଟଣ ଘଟିବା ଫଳରେ ତାର ଦେହର ଅନେକ ଅଂଶ ବି ପୋଡି ଯାଇଥିଲା। ତାର ହାତ ତ ଯେମିତି କଟିଯାଇଥିଲା। ପୁଅ ବୀରେନ୍ଦ୍ର ଭଲ ଛାତ୍ର। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ତାକୁ ଏଭଳି ଆଘାତ ମିଳିଥିଲା। ଏହାପରେ ସେ କିଛି କାମ କରି ନପାରିବାରୁ ତାର ଜୀବନ ଦୁର୍ବିସହ ହୋଇ ପଡ଼ିଲା। ପୁଅକୁ ଚିକିତ୍ସିତ କରି ପୁଣି ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ଲାଗି ମୁଁ ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ବୁଲିଲି।’

‘ମୁଁ ଚାହୁଁଥିଲି କେମିତି ମୋର ପୁଅ ପାଠ ଲେଖିପାରୁ। ପ୍ରାୟ ୭ ମାସ ତଳେ ମୁଁ ବୀରେନ୍ଦ୍ରକୁ ସଫଦରଜଙ୍ଗ ହସ୍ପିଟାଲକୁ ଆଣିଥିଲି। ଡାକ୍ତରମାନେ ନୂଆ ଅଙ୍ଗୁଳି ତିଆରି କରିବାର ଯୋଜନା କରିଥିଲେ। ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ଆର୍‌ ପି ନାରାୟଣ ବୀରେନ୍ଦ୍ରର ଫିଜିଓଥେରାପି ଚିକିତ୍ସା କରାଇଥିଲେ । ସେ ଏହି ଜଟିଳ ଅସ୍ତ୍ରୋପଚାର ପୂର୍ବରୁ ରୋଗୀର ସ୍ଥିତିକୁ ଭଲ ଭାବେ ଲକ୍ଷ୍ୟ ରଖୁଥିଲେ ବୋଲି କହିଛନ୍ତି ବୀରେନ୍ଦ୍ରଙ୍କ ପିତା।

 

ସମ୍ବନ୍ଧିତ ଖବର