ନୂଆଦିଲ୍ଲୀ: ବିଶ୍ବରେ ଫିଫା ଫୁଟବଲ ବିଶ୍ବକପର କ୍ରେଜ ଚାଲିଛି। ଫୁଟବଲର ପ୍ରତ୍ୟେକ ମ୍ୟାଚର ୯୦ମିନିଟକୁ କେହି ବି ହରାଇବାକୁ ଚାହୁଁ ନାହାନ୍ତି। କେହିକେହି ଫୁଟବଲ ପ୍ରେମୀ ଷ୍ଟାଡିୟମ ଯାଇ ଖେଳ ଦେଖିବାକୁ ପସନ୍ଦ କରୁଥିବା ବେଳେ କିଛି ଯୁବକ ଷ୍ଟାଡିୟମ ନିକଟରେ ଏକ ଘରଭଡ଼ା ନେଇଛନ୍ତି। ଯାହାଫଳରେ ସେମାନେ ସୁବିଧାରେ ଖେଳ ଦେଖି ପାରିବେ। ବାକି ଲୋକମାନେ ଟେଲିଭଜନ ଜରିଆରେ ଏହି ଖେଳ ଦେଖୁଛନ୍ତି।
ନିକଟରେ ଫିପା ଫୁଟବଲ ବିଶ୍ବକପକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଦେଖି ଜଣାପଡ଼ୁଛି କି ଲୋକେ ଫୁଟବଲ ଖେଳକୁ ଦେଖିବା ପାଇଁ କେତେ ଉତ୍ସାହିତ ରହିଛନ୍ତି। ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି। ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା ଲୋକଙ୍କୁ ପଚାରିଛନ୍ତି, ଏହି ବ୍ୟକ୍ତିଙ୍କୁ କିଭଳି ପୁରସ୍କାର ଦେବା ଦରକାର?
Hey @FIFAcom Don’t you think this gentleman deserves some kind of trophy…??? https://t.co/ub2wBzO5QL
— anand mahindra (@anandmahindra) December 8, 2022
ଭାଇରାଲ ଫଟୋରେ ପୋଲାଣ୍ଡର ଜଣେ ରୋଗୀ ହସ୍ପିଟାଲର ଅସ୍ତ୍ରୋପଚାର ଗୃହରେ ଏକ ବେଡରେ ଶୋଇଛନ୍ତି। ଆଉ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରୁଥିବା ବେଳେ ସେ ସେଠାରେ ଲାଗିଥିବା ଟେଲିଭଜନରେ ଫିଫା ଫୁଟବଲ ବିଶ୍ବକପ ଦେଖୁଛନ୍ତି। ଏହି ଘଟଣାର ଫଟୋକୁ SP ZOZ MSWiA ଦ୍ବାରା ସେୟାର କରାଯାଇଛି।
ତେବେ କୁହାଯାଉଛି କି ହସ୍ପିଟାଲର ଅସ୍ତ୍ରୋପଚାର ବିଭାଗ ଭିତରେ ପୂର୍ବରୁ ଟେଲିଭିଜନ ଲାଗି ନଥିଲା। ରୋଗୀଙ୍କ କହିବାନୁସାରେ ଏଭଳି ବ୍ୟବସ୍ଥା କରାଯାଇଥିଲା।