ଭୁବନେଶ୍ବର : ବିରୋଧୀ ଦଳ ନେତା ମାନ୍ୟତା ପ୍ରସଙ୍ଗକୁ ନେଇ ବିଧାନସଭାରେ ଚର୍ଚ୍ଚା ଥମୁନାହିଁ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆରମ୍ଭରୁ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ରୁଲିଂ ଦେବା ପରେ ବି କଂଗ୍ରେସ ବିଧାୟକମାନେ ଏକାଧିକ ପ୍ରଶ୍ନ ଉଠାଇଥିଲେ। ନିଜେ ବିେରାଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ସ୍ପଷ୍ଟୀକରଣ ରଖିଥିଲେ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ବି। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ପୁଣି ସରଗରମ ଆେଲାଚନା େହାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିେରାଧୀ ଦଳ େନତା େଘାଷଣା ନ କରି କିପରି ଶ୍ରୀ ନାୟକଙ୍କୁ ସମ୍ବୋଧନ କରାଗଲା େବାଲି କଂଗ୍ରେସ ଉଠାଇଥିବା ଆପତ୍ତିକୁ ନେଇ ଗୃହରେ ଝଡ ସୃଷ୍ଟି େହାଇଥିଲା। ଆଜି ଏ ପ୍ରସଙ୍ଗରେ ବାଚସ୍ପତି ତାଙ୍କ ମତ ଆରମ୍ଭରୁ ରଖିଥିଲେ। କହିଥିଲେ, ବିେରାଧୀ ଦଳ େନତା ପ୍ରସଙ୍ଗରେ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚାଇଥିଲେ। ବାସ୍ତବତା ହେଲା, ଜୁନ ୨୪ ତାରିଖ ଦିନ ବିଜେପି ବିଧାୟକ ଦଳ ବୈଠକ ବସିଥିଲା, ଏଥିରେ ୨୩ ଜଣ ସଭ୍ୟ ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତ ସଂକଳ୍ପ ପତ୍ର ଦଳ ପକ୍ଷରୁ ମାନସ ମହାପାତ୍ର ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ। ସକାଳ ୯ଟା ୩୫ରେ ଏହା ଉପରେ ପଦକ୍ଷେପ ନିଆଯାଇଥିଲା। ଏ ଆଧାରରେ ସେ ନିଜେ ବିେରାଧୀ ଦଳ େନତା ବୋଲି ସମ୍ବୋଧନ କରିଥିଲେ। ୨୦୧୪ ମସିହାରେ ମଧ୍ୟ ଗୃହରେ ବିେରାଧୀ ଦଳ େନତା ନିଯୁକ୍ତି ସଂପର୍କରେ କୌଣସି େଘାଷଣା କରାଯାଇନାହିଁ। ଏଣୁ କୌଣସି ତ୍ରୁଟି ହୋଇନଥିବା ବାଚସ୍ପତି କହିଥିଲେ। ଶ୍ରୀ ନାୟକ ବିେରାଧୀ ଦଳ ନେତା ମାନ୍ୟତା ପାଇଥିବା ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବାଚସ୍ପତି ଗୃହକୁ ଅବଗତ କରିଥିଲେ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଏହି ପ୍ରସଙ୍ଗକୁ ବିତର୍କ ଭିତରକୁ ଆଣିଥିଲେ। କହିଥିଲେ, ମୁଁ ବିସ୍ମିତ େଯ ବିେଜପି ବିଧାୟକ ଦଳ ନେତା ସଂକଳ୍ପ ପତ୍ର ବିଳମ୍ବରେ ପହଞ୍ଚିଥିବା ସଂପର୍କରେ ଗଣମାଧ୍ୟମକୁ କହିଛନ୍ତି। ଯିଏ ପଠାଇଥିଲା, ସିଏ କହୁଛି ତ୍ରୁଟି େହାଇଛି, ଗତକାଲି କିନ୍ତୁ ସରକାରୀ ଦଳ ମୁଖ୍ୟ ସଚେତକ ଏହା ପାଇଥିବା କହିଥିଲେ, ଆଜି ପୁଣି ବାଚସ୍ପତି ସ୍ପଷ୍ଟୀକରଣ େଦଇଛନ୍ତି।
ଶ୍ରୀ ମିଶ୍ର କହିଥିଲେ, ସେ ଜାଣନ୍ତି େଯ ବିେରାଧୀ ଦଳ ନେତା ପାଇଁ ଆବଶ୍ୟକ ସଂଖ୍ୟା କଂଗ୍ରେସ ହାତରେ ନାହିଁ। କିନ୍ତୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି େହଉଛି ଏଇଥିପାଇଁ େଯ ଗତକାଲି ଏକଥା କୁହାଗଲା ନାହିଁ। ଏହା ପଛରେ କି ରହସ୍ୟ ଅଛି? ସକାଳ ୯ଟା ୩୫ରେ ବାଚସ୍ପତି ପତ୍ର ପାଇଲେ। ସେ ୧୧ଟା ପରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେତେବେଳେ ଏକଥା କୁହାଯାଇପାରିଥାନ୍ତା। ବିେଜପି ବିଧାୟକ ଦଳ ନେତାଙ୍କ ପ୍ରତି ତାଙ୍କର ଯଥେଷ୍ଟ ଭଲପାଇବା ରହିଛି। ସଂଖ୍ୟା ଦୃଷ୍ଟିରୁ ବିଜେପି ବିେରାଧୀ ଦଳ ନେତା ପଦ ପାଇବା ପାଇଁ ହକଦାର। କିନ୍ତୁ ବିେଜପିର ନୈତିକ ଅଧିକାର ଅଛି ତ?
କଂଗ୍ରେସ ଦଳ ଉପନେତା ସନ୍ତୋଷ ସିଂହ ସାଲୁଜା କହିଥିଲେ, ବାଚସ୍ପତି ୨୦୧୪ରେ ଗୃହରେ କଣ ଘଟିଥିଲା, ତାହା କହୁଛନ୍ତି। କିନ୍ତୁ ୨୦୦୯ ଓ ୨୦୦୪ରେ କଣ େହାଇଥିଲା, ତାକୁ ବିବରଣୀ ମଗାଇ ଦେଖନ୍ତୁ। ୨୦୧୪କୁ ପରମ୍ପରା େବାଲି କହି ଚାଲନ୍ତୁ ନାହିଁ।
ଶ୍ରୀ ସାଲୁଜା କହିଥିଲେ, ୨୦୧୪ରେ ତତ୍କାଳୀନ ବିେରାଧୀ ଦଳ ନେତା ଭୂପିନ୍ଦର ସିଂହ ବିଜେଡିରେ ଯୋଗଦେବା ପରେ ସୁରେନ୍ଦ୍ର ସିଂହ େଭାଇଙ୍କୁ ବିେରାଧୀ ଦଳ ନେତା ଭାବେ ନିଯୁକ୍ତି ଦିଆଯାଇଥିଲା। ବିଧାୟକ ଦଳର ସଂକଳ୍ପ ପତ୍ର ବି ତତ୍କାଳୀନ ବାଚସ୍ପତିଙ୍କୁ ପଠାଯାଇଥିଲା। ମାତ୍ର ବାଚସ୍ପତି ଗୃହରେ େଘାଷଣା କଲେ ନାହିଁ େବାଲି ଶ୍ରୀ େଭାଇଙ୍କୁ ବିେରାଧୀ ଦଳ ନେତା ମାନ୍ୟତା ମିଳିଲା ନାହିଁ।
ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଥିଲେ, କାହା ଦୟାରେ ବିେରାଧୀ ଦଳ ଆସନ ବିଜେପି େନଉନାହିଁ। େଲାକେ ନିଷ୍ପତ୍ତି େନଇ ମୁଖ୍ୟ ବିେରାଧୀ ଦଳ ଆସନରେ ବସାଇଛନ୍ତି। ଆମର କାର୍ଯ୍ୟ ଆଗକୁ ବତାଇବ, ଆମେ ପ୍ରକୃତ ବିେରାଧୀ ଦଳ କି ନୁେହଁ। କଂଗ୍ରେସକୁ ଲକ୍ଷ୍ୟ କରି ଶ୍ରୀ ମିଶ୍ର ଆହୁରି କହିଥିଲେ, ଅତୀତରେ ଏମିତି ଭୂମିକା ନିର୍ବାହ କଲେ େଯ ତିନି ନମ୍ବର ସ୍ଥାନରେ େଲାକେ ତାଙ୍କୁ ବସାଇଛନ୍ତି। େଲାକଙ୍କ ନିେର୍ଦଶକୁ ସମ୍ମାନ ଦେବା ଲାଗି ଜୟ ନାରାୟଣ କହିଥିଲେ।
ଅନ୍ୟପକ୍ଷରେ, ବିେରାଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ସଂକଳ୍ପ ପତ୍ର ବାଚସ୍ପତିଙ୍କୁ ପଠାଇବା ତାଙ୍କର କାମ ନୁହେଁ। କିନ୍ତୁ ଟିଭିରେ ସେ ଏମିତି କିଛି ବିବୃତି ଦେଇନାହାନ୍ତି। ସେ କହିଛନ୍ତି, ସଂକଳ୍ପ ପତ୍ର ପଠାଇବା ପାଇଁ ବିଳମ୍ବ େହାଇଥାଇପାରେ।