ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ଆପଣ ବିଭିନ୍ନ ଧରଣର ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ ଦେଖିଥିବେ। ଏପରି ଫଟୋ ଦେଖିଲେ ଅନେକ ଲୋକ ଦ୍ବନ୍ଦ୍ବରେ ପଡ଼ିଯାଆନ୍ତି। କେହି କେହି ଖୋଜି ଖୋଜି ଉତ୍ତର ପାଆନ୍ତନି ତ ପୁଣି କେହି ଚୁଟ୍‌କିରେ ପାଇଯାଆନ୍ତି। ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ରୁ ଉତ୍ତର ଖୋଜିପାଇବା ଏକ କଠିନ କାର୍ଯ୍ୟ ନୁହେଁ, ମାତ୍ର ଟିକେ ସାଧାରଣ ଜ୍ଞାନର ଆବଶ୍ୟକତା ରହିଛି। ଆପଣ ବି ଜାଣିବାକୁ ଚାହାନ୍ତି କି ଆପଣଙ୍କ ମସ୍ତିଷ୍କ କେତେ ତୀକ୍ଷ୍ମ? ତା’ହ‌େଲେ ଏହି ଫଟୋକୁ ଦେଖି ପରୀକ୍ଷା କରିପାରନ୍ତି।

Advertisment

ଆମେ ଏଠାରେ ଆପଣଙ୍କ ସକାଶେ ଏକ ଫଟୋ ପୋଷ୍ଟ୍‌ କରିଛୁ। ଏହି ଫଟୋରୁ ଆପଣଙ୍କୁ ଚଢ଼େଇ ଖୋଜିବାକୁ ପଡ଼ିବ। ଫଟୋ ମଧ୍ୟରେ ଏକ ଚଢ଼େଇ ବସିଛି। ତାହାକୁ ଖୋଜି ପାଇବାର କାମ ଆପଣଙ୍କର। ଦୃଶ୍ୟମାନ ହୋଇଥିବା ଫଟୋରେ କୋଠା, ଗାଡ଼ି, ସାଇକେଲ୍‌ ଆଦି ସମସ୍ତଙ୍କୁ ସ୍ପଷ୍ଟ ଭାବେ ଦିଶୁଛି। ମାତ୍ର ଏହି ଫଟୋରେ ବସିଥିବା ଚଢ଼େଇକୁ ୧୦ ସେକେଣ୍ଡ୍‌ ମଧ୍ୟରେ ଖୋଜି ପାଇବା ବ୍ୟକ୍ତି ବୁଦ୍ଧିମାନ ପ୍ରମାଣିତ ‌ହେବେ।

ଆପଣ ୧୦ ସେକେଣ୍ଡ୍‌ର ଏହି ଚ୍ୟାଲେଞ୍ଜ୍‌କୁ ପୂରା କରିଦେଲେ କି? ଯଦି ସତରେ କରିଛନ୍ତି ତ ଆପଣଙ୍କ ନଜର ଖୁବ୍ ତୀକ୍ଷ୍ଣ। ଯଦି ବି ଏଯାଏ ଚଢ଼େଇକୁ ଦେଖି ପାରିନାହାନ୍ତି ‌ସେଥିରେ ବି କିଛି ଅସୁବିଧା ନାହିଁ। ଆମେ ଆପଣଙ୍କୁ ସାହାଯ୍ୟ କରିବୁ। ନିମ୍ନରେ ଏକ ଫଟୋ ଆପଣଙ୍କ ସକାଶେ ଦେଇଛୁ। ସେଠାରେ ଚଢ଼େଇ ବସିଥିବା ସ୍ଥାନରେ କୋଠରୀ କରାଯାଇଛି। ଆଶା କରୁଛୁ ଆପଣ ଏବେ ଚଢ଼େଇଟିକୁ ଦେଖି ପାରୁଥିବେ।

publive-image www.aajtak.in