ଆମେ ପୂର୍ବରୁ ଅନେକ ପ୍ରକାରର ଅପ୍ଟିକାଲ୍ ଇଲ୍ୟୁଜନ୍ ଖେଳିଛନ୍ତି। କିଛି ଇଲ୍ୟୁଜନ୍ ଏପରି ଥାଏ ଯାହାକୁ ଦେଖିବା ପରେ ପରେ ଉତ୍ତର ମିଳିଯାଏ। ମାତ୍ର ଏପରି ବି କିଛି ଥାଏ ଯାହାକୁ ଯେତେ ଦେଖିଲେ ବି ମୁଣ୍ଡ କାମ କରେନି। ମାତ୍ର ଅନ୍ୟ କେଉଁ ଉତ୍ତର ଦେଇ ଦେବା ପରେ ଭାରି ସହଜ ଲାଗେ। ଆମେ ଆଜି ଆପଣଙ୍କ ସାମ୍ନାରେ ସେହିପରି ଏକ ଇଲ୍ୟୁଜନ୍ ରଖିଛୁ।
ବୁଦ୍ଧି ତୀକ୍ଷ୍ଣ ଏବଂ ସକ୍ରିୟ ରଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ କରିଥାନ୍ତି। ଅପ୍ଟିକାଲ୍ ଇଲ୍ୟୁଜନ୍ ହେଉଛି ଏହି କାମ ମଧ୍ୟରୁ ଗୋଟିଏ, ଯାହାକି ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଖେଳିବାକୁ ସମସ୍ତେ ପସନ୍ଦ କରନ୍ତି।
ଏହା ଏକ ପ୍ରକାର ଚିତ୍ର ବା ପଜଲ୍, ଯାହା ମନ ଏବଂ ଆଖିକୁ ଦ୍ୱନ୍ଦରେ ପକାଇବା ପାଇଁ ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଥାଏ। ସେଗୁଡ଼ିକର ସମାଧାନ କରିବା ଅତ୍ୟନ୍ତ ମଜାଦାର। ଯଦି ଆପଣ ମଧ୍ୟ ଖାଲି ସମୟରେ ଆପଣଙ୍କ ମସ୍ତିଷ୍କକୁ ବ୍ୟାୟ୍ୟାମ କରିବା ପାଇଁ ଚାହାନ୍ତି ତ ଏହି ଖେଳ ଖେଳିପାରନ୍ତି। ଆମେ ଆପଣଙ୍କ ପାଇଁ ଏକ ନୂତନ ଆହ୍ବାନ ନେଇ ଆସିଛୁ।
/sambad/media/post_attachments/wp-content/uploads/2023/08/Untitled-57-300x225.jpg)
ଆମେ ଦେଇଥିବା ଫଟୋରେ, ଆପଣ ଅନେକ ଗୁଣ୍ଡୁଚିମୂଷା ଦେଖିପାରୁଥିବେ। ସେମାନଙ୍କ ମଧ୍ୟରେ ଗୋଟିଏ ମୂଷା ଲୁଚି ରହିଛି, ଏହା ଆଖି ସାମ୍ନାରେ ଥିଲେ ମଧ୍ୟ ସହଜରେ ଦୃଶ୍ୟମାନ ହେଉନାହିଁ। ଆପଣଙ୍କୁ ସେହି ମୂଷାଟିକୁ ଖୋଜିବାକୁ ପଡ଼ିବ।
ଆମେ ଆଶା କରୁଛୁ ତୁମେ ବର୍ତ୍ତମାନ ସୁଦ୍ଧା ଆପଣ ଉତ୍ତର ପାଇ ସାରିଥିବେ। କିନ୍ତୁ ଯେଉଁମାନେ ତଥାପି ବି ଯଦି ଦ୍ୱନ୍ଦ୍ୱରେ ଅଛନ୍ତି ତ ନିରାଶ ହେବା ଅନାବଶ୍ୟକ। ଏହି କାମରେ ଆମେ ଆପଣଙ୍କୁ ସାହାଯ୍ୟ କରିବୁ। ଏହି ମୂଷାକୁ ଖୋଜିବା ପାଇଁ, ଆପଣଙ୍କୁ କେବଳ କାନକୁ ଦେଖିବା ଦରକାର। ଏବେ ଆପଣ ସହଜରେ ପାଇଯିବ। ଯଦି ଆପଣ ଏହାର ଉତ୍ତର ମଧ୍ୟ ପାଇ ନାହାଁନ୍ତି, ତେବେ ଉପରୋକ୍ତ ଚିତ୍ରରେ ହଳଦିଆ ବୃତ୍ତକୁ ଦେଖନ୍ତୁ।