ବିଷଧର ସାପ ଭର୍ତ୍ତି ଥିବା ପାଣିରେ ଫସି ଯାଇଥିଲେ ଯୁବକ, ପାଖକୁ ଆସି ଓରାଙ୍ଗଓଟାଙ୍ଗ ବଢ଼ାଇଲା ଏଭଳି ଭାବେ ସାହାଯ୍ୟର ହାତ

ନୂଆଦିଲ୍ଲୀ: ପଶୁମାନେ ନିଜ ଜୀବନକୁ ବିପଦରେ ପକାଇ ମଣିଷର ଜୀବନ ବଞ୍ଚାଇ ତାଙ୍କୁ ସାହାଯ୍ୟ କରିଥିବାର ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି। ଏଭଳି ଭାବେ ଆଉ ଏକ ନୂଆ ଘଟଣା ଏବେ ସାମ୍ନାକୁ ଆସିଛି। ଏକ ଓରାଙ୍ଗଓଟାଙ୍ଗ ସାପ ଭର୍ତ୍ତି ଥିବା ପାଣି ଭିତରୁ ଜଣେ ଯୁବକଙ୍କୁ ସାହାଯ୍ୟ କରି ତାଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 

ଫଟୋରେ ଦେଖିବାକୁ ମିଳୁଥିବା ଓରାଙ୍ଗଓଟାଙ୍ଗ ବୋର୍ନିଆରେ ଏକ ସଂରକ୍ଷିତ ସଂରକ୍ଷଣ ବନ୍ୟ ଅଞ୍ଚଳରେ ରହିଥାଏ। ସାପ ଭର୍ତ୍ତି ଥିବା ପାଣିରେ ଜଣେ ବ୍ୟକ୍ତି ଫସି ଯାଇଥିଲେ। ସେ ସେଠାରୁ କିପରି ବାହାରିବେ ସେଥିପାଇଁ ବିକଳ ହେଉଥିବା ବେଳେ ତାଙ୍କ ସାମ୍ନାରେ ଦେବଦୂତ ସାଜି ପହଞ୍ଚିଥିଲା ଓରାଙ୍ଗଓଟାଙ୍ଗ। ତେବେ ମଣିଷଟିଏ ବିପଦରେ ପଡ଼ି ସାହାଯ୍ୟ ଲୋଡ଼ୁଛି ବୋଲି କିଭଳି ଭାବେ ଜାଣି ପାରି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲା ଓରାଙ୍ଗଓଟାଙ୍ଗ। ଏବଂ ଉପରୁ ଥାଇ ପାଣି ଭିତରେ ଫସି ଥିବା ଯୁବକଙ୍କ ପାଖକୁ ସାହାଯ୍ୟର ହାତ ବଢ଼ାଇ ଦେଇଥିଲା। ଓରାଙ୍ଗଓଟାଙ୍ଗର ସାହାଯ୍ୟ ପାଇ ବ୍ୟକ୍ତି ଜଣକ ସେହି ବିପଦପୂର୍ଣ୍ଣ ସ୍ଥାନରୁ ବାହାରି ଆସି ନୂଆ ଜୀବନ ଫେରି ପାଇଥିଲେ। ଏହି ଘଟଣାର ଏହି ସୁନ୍ଦର ଦୃଶ୍ୟକୁ ଫଟୋଗ୍ରାଫର ଅନିଲ ପ୍ରଭାକର ନିଜ କ୍ୟାମେରାରେ କୈଦ କରି ନେଇଥିଲେ। ଯିଏକି ତାଙ୍କ ସାଙ୍ଗମାନଙ୍କ ସହ ସଫାରୀ ପାଇଁ ଜଙ୍ଗଲକୁ ଯାଇଥିଲେ।

Image result for this-orangutan-found-a-man-wading-in-snake-infested-water-and-offer-him-a-helping-hand-
Indiatimes.com

ଅନିଲ ପ୍ରଭାକରଙ୍କ କହିବାନୁସାରେ, ଜଙ୍ଗଲର ସେହି ସ୍ଥାନରେ ସାପଭର୍ତ୍ତି ଥିବା ଏକ ଖବର ମିଳିଥିଲା। ସେଥିପାଇଁ ଓ୍ଵାର୍ଡନ୍‌ ସେଠାରୁ ସାପଗୁଡ଼ିକୁ ହଟାଇବାକୁ ଯାଇଥିଲେ। କିନ୍ତୁ ସେ ସେଠାରେ ଫସି ଯାଇଥିଲେ। ଓ୍ଵାର୍ଡନ୍‌ଙ୍କୁ ସେଠାରେ ଫସି ଥିବା ଦେଖି ଏକ ଓରାଙ୍ଗଓଟାଙ୍ଗ ତାଙ୍କ ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲି। କିଛିସମୟ ପରେ ଓରାଙ୍ଗଓଟାଙ୍ଗ ଓ୍ଵାର୍ଡନ୍‌କୁ ସାହାଯ୍ୟ ପାଇଁ ପାଣି ଭିତରକୁ ହାତ ବଢ଼ାଇଥିଲା। ଏହି ଦୃଶ୍ୟ ଦେଖି ମୁଁ ସଙ୍ଗେସଙ୍ଗେ ଏହାକୁ ନିଜ କ୍ୟାମେରାରେ କୈଦ କରି ନେଇଥିଲି। ଏହି ଘଟଣାଟି ବାସ୍ତବରେ ବହୁତ ହୃଦୟସ୍ପଶୀ ଥିଲା। ମୋତେ ଏଭଳି ଦୃଶ୍ୟ ଦେଖିବାର ସୌଭାଗ୍ୟ ମିଳିଥିବାରୁ ମୁଁ ବହୁତ ଖୁସି।

ସମ୍ବନ୍ଧିତ ଖବର