ନୂଆଦିଲ୍ଲୀ: ଜୋମାଟୋ ବେଳେବେଳେ ନିଜ ଗ୍ରାହକଙ୍କ ସହିତ ହସଖୁସି କରିଥାଏ। ସୋସିଆଲ ମିଡିଆରେ ମଜାଳିଆ ମନ୍ତବ୍ୟ ଏବଂ ସକାରାତ୍ମକ ପଦକ୍ଷେପ ଦୃଷ୍ଟିରୁ ଜୋମାଟୋ ସବୁବେଳେ ଆଗରେ ବୋଲି କୁହାଯାଇଥାଏ । ସମ୍ପ୍ରତି ଜୋମାଟୋ ଏହାର ଜଣେ ଗ୍ରାହକଙ୍କ ସହ ବାର୍ତ୍ତାଳାପର ସ୍କ୍ରିନସଟ୍ ‌ଶେୟାର କରିଛି। ଏହି ଚାଟ୍ ୟୁଜରଙ୍କୁ ହସାଇଛି ।

Advertisment

ଜୋମାଟୋ ଦ୍ୱାରା ଶେୟାର ହୋଇଥିବା ସ୍କ୍ରିନସଟରେ, ଏହା ଦେଖିବାକୁ ମିଳୁଛି ଋତିକା ନାମକ ଜଣେ ଝିଅ ମାଛଭଜା ଅର୍ଡର କରିଥିଲେ। ତେବେ ସେ ଭୁଲ ଠିକଣା ଦେଇଥିଲେ। ଏହା ପରେ ସେ ଜୋମାଟୋ ଠାରୁ ସାହାଯ୍ୟ ମାଗିଥିଲେ ମୁଁ ଭୁଲ ଠିକଣାରେ ଅର୍ଡର କରିଛି, ତୁମେ ମୋତେ ସାହାଯ୍ୟ କରିପାରିବ କି?

ଜୋମାଟୋ ଠାରୁ ଏହି ଅର୍ଡର ବିବରଣୀ ଲୋଡା ଯାଇଥିଲା । ଏହା ଉପରେ ଝିଅ କହିଥିଲେ ମାଛଭଜା ଆବଶ୍ୟକ। ଏହାର ଉତ୍ତରରେ ଜୋମାଟୋ ମଜାଳିଆ ଭାବେ କହିଥିଲା ମାଛ ପାଣିକୁ ପହଁରିବାକୁ ଯାଇଛି। ଝିଅଟି ଏକ ମଜାଦାର ଉତ୍ତର ଦେଇ କହିଛନ୍ତି, ‘ଛପାକ୍!’। ଏହାକୁ ନେଇ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଏହା ପ୍ରିପେଡ୍ ଅର୍ଡର ଥିଲା। ତେବେ ଟଙ୍କା ନଷ୍ଟ ହେଲା।

ଜୋମାଟୋ ସୋସିଆଲ ମିଡିଆରେ ଏହି ଚାଟର ସ୍କ୍ରିନସଟ୍ ଶେୟାର କରିଛି। ଯେଉଁଥିରେ ୟୁଜରଙ୍କ ମନ୍ତବ୍ୟ ମଧ୍ୟ ଅଛି। ଜଣେ ଲେଖିଛନ୍ତି ଯେ ଯଦି ତୁମେ ଏପରି କରିବ, ମୁଁ ସ୍ବିଗି ଯିବି । ଅନ୍ୟ ଜଣେ ଲେଖିଛନ୍ତି ଯେ ମାଛ ପାଣି ଭିତରକୁ ଗଲେ ଭଲ ହେବ କିନ୍ତୁ ଗ୍ରାହକ ସେବା ପାଣିରେ ମିଳିବା ଉଚିତ ନୁହେଁ। ଜଣେ ଲେଖିଛନ୍ତି , ଏପରି ଉତ୍ତର ଯୋଗୁଁ ମୁଁ ସେମାନଙ୍କ ନିକଟରେ ଅଭିଯୋଗ କରିବା ବନ୍ଦ କରିଦେଇଥିଲି ।

ଜଣେ ଲେଖିଛନ୍ତି ଯେତେବେଳେ ଦୁଇଜଣ ମଜାଳିଆ ଲୋକ ପରସ୍ପରକୁ ଭେଟନ୍ତି, ଏହା ହେଉଛି ‌ସେମାନଙ୍କ ମଧ୍ୟରେ ସେହି ପ୍ରକାରର ବାର୍ତ୍ତାଳାପ। ଜଣେ ଲେଖିଛନ୍ତି ଯେ ଯେତେବେଳେ ଋତିକା ଅଭିଯୋଗ କଲେ, ସେ ପାଣି ଭିତରକୁ ଯାଇଥିବା ଉତ୍ତର ପାଇଲ। ଅନ୍ୟ ଜଣେ ଲେଖିଛନ୍ତି, କ‌ଷ୍ଟମର ଏବଂ କ‌ଷ୍ଟମର କେୟାର ମଧ୍ୟରେ ବେଶ କୌତୁହଳପୂର୍ଣ୍ଣ ବାର୍ତ୍ତାଳାପ।