ଜନ୍ମଦିନରେ ନିଜର ୪ଟି ମୂଲ୍ୟବାନ ଅଙ୍ଗ ଦାନ କରି ୪ ଜଣଙ୍କ ଜୀବନ ବଞ୍ଚାଇଲେ ବ୍ରେନ୍‌ ଡେଡ୍‌ ବ୍ୟକ୍ତି

ପୁଣେ: ପୁଣେର ଜଣେ ବ୍ୟକ୍ତି ତାଙ୍କ ୩୨ ତମ ଜନ୍ମ ଦିବସରେ ଏକ ମହତ କାର୍ଯ୍ୟ କରିଛନ୍ତି। ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଥିବା ପୂର୍ଣ୍ଣଦାର ତହସିଲ୍‌ସ୍ଥିତ ନିରା ଗ୍ରାମର ଏହି ବ୍ରେନ୍‌ ଡେଡ୍‌(ମସ୍ତିଷ୍କ ଅକାମି) ବ୍ୟକ୍ତି ଜଣକ ତାଙ୍କ ଜନ୍ମ ଦିନରେ ନିଜ ଶରୀରର ୪ଟି ଅଙ୍ଗ ଦାନ କରି ୪ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ସେ ତାଙ୍କର ୨ଟି କିଡ୍‌ନି, ହାର୍ଟ ଓ ଲିଭର ଦାନ କରି ୪ ଜଣଙ୍କ ଜୀବନ ବଞ୍ଚାଇଥିବା ଜାଣିବାକୁ ମିଳିଛି।

Dailyhunt

ଏହି ମହାନ ବ୍ୟକ୍ତିଙ୍କ ବ୍ରେନ୍‌ ଡେଡ୍‌ ହେବା ପରେ ସେ ପୁଣେରେ କେଇଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଭଲ ହେବାର କୌଣସି ସମ୍ଭାବନା ନଥିବାରୁ ସେ ତାଙ୍କ ଶରୀରର ଅତ୍ୟାବଶ୍ୟକୀୟ ଅଙ୍ଗ ଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାର ନିଷ୍ପତ୍ତି ନେଲେ। ତାଙ୍କ ପତ୍ନୀ ପ୍ରଥମେ ଅରାଜି ହୋଇଥିଲେ ମଧ୍ୟ ପରେ ରାଜି ହୋଇ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ। ଦୁଃଖର କଥା ହେଉଛି ଏହି ପୁଣେ ବ୍ୟକ୍ତିଙ୍କ ଜଣେ ୬ ବର୍ଷର ଶଶୁ ଥିବା ବେଳେ ବର୍ତ୍ତମାନ ତାଙ୍କ ପତ୍ନୀ ୬ ମାସର ଗର୍ଭବତୀ।

ସମ୍ବନ୍ଧିତ ଖବର