ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆସନସୋଲରେ ରହୁଥିବା ଦମ୍ପତି ଶିଶୁକୁ ମେକଅପ ଦ୍ବାରା ପ୍ରଭୁ ରାମଲଲ୍ଲାଙ୍କ ଭଳି ସଜାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ସୂଚନାଯୋଗ୍ୟ, ଆଶିଷ କୁଣ୍ଡୁ ଓ ତାଙ୍କ ସ୍ତ୍ରୀ ରୁବି କୁଣ୍ଡୁ ମୋହିସିଲା ଅଞ୍ଚଳସରେ ବସବାସ କରନ୍ତି। ନିକଟରେ ଏହି ଦମ୍ପତି ୧୦ବର୍ଷର ବାଳକ ଅବୀରକୁ ଏଭଳି ଭାବେ ସଜାଇଥିଲେ କି ଯିଏକି ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ରାମଲଲ୍ଲାଙ୍କ ଭଳି ଦେଖା ଯାଉଛି।
ମେକ-ଅପ କାରିଗର ଆଶିଷଙ୍କ କହିବାନୁସାରେ, ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହେବା ପରେ ସେଭଳି ମୂର୍ତ୍ତି ତିଆରି କରିବା ପାଇଁ ଇଚ୍ଛା ହୋଇଥିଲା। କିନ୍ତୁ କୌଣସି କାରଣବଶତଃ ମୋର ସେହି ଇଚ୍ଛା ପୁରଣ ହୋଇପାରି ନଥିଲା। ତେବେ ରାମଲଲ୍ଲାଙ୍କ ଉଦ୍ଦେଶ୍ୟରେ ମୁଁ କିଛି ସ୍ବତନ୍ତ୍ର କରିବାକୁ ଚାହୁଁଥିଲି।
ଏଭଳି ସମୟରେ ମୋର ଅବୀର ସହିତ ଭେଟ ହୋଇଥିଲା। ମୁଁ ଅବୀରଙ୍କ ପରିବାରକୁ ଭେଟି ମୋର ଇଚ୍ଛା ସମ୍ପର୍କରେ ଜଣାଇଥିଲି। ସେମାନେ ବି ମୋ ପ୍ରସ୍ତାବରେ ରାଜି ହୋଇ ଯାଇଥିଲା। ଏହାପରେ ମୁଁ ରୁବିଙ୍କ ସହିତ ମିଶି ଅବୀରଙ୍କୁ ପ୍ରଭୁ ରାମଲଲ୍ଲାଙ୍କ ଭଳି ସଜାଇଥିଲି। ସମ୍ପୂର୍ଣ୍ଣ କାମ ଶେଷ ହେବାପରେ ଅବୀରକୁ ଯେତେବେଳେ ଲୋକମାନେ ଦେଖିଥିଲେ ଖୁସି ହୋଇଯାଇଥିଲେ। ବୃଦ୍ଧ/ବୃଦ୍ଧାମାନେ ଭାବବିହ୍ବଳ ହୋଇ ଅବୀରକୁ ପ୍ରଣାମ ବି ଜଣାଇଥିଲେ।
ଶିଶୁର ରାମଲଲ୍ଲାଙ୍କ ବେଶକୁ ଲୋକେ ଖୁବ ପସନ୍ଦ କରିବା ସହିତ ତାର ଭିଡିଓ କରି ସେୟାର ବି କରିଛନ୍ତି।