ନୂଆଦିଲ୍ଲୀ: ଅନେକ ଲୋକ ମୌସୁମୀ ଆରମ୍ଭରୁ ବର୍ଷାରେ ଭିଜିବାକୁ ଖୁବ୍ ଭଲ ପାଆନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ପ୍ରେମୀଯୁଗଳ ମୌସୁମୀକୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ସେ ଦୁହିଁଙ୍କ ଶୈଳୀ ଅତ୍ୟନ୍ତ ଭିନ୍ନ। ଉଭୟ ଏକ ରୋମାଣ୍ଟିକ୍ ଗୀତରେ ବାହୁରେ ବାହୁ ଛନ୍ଦି ରାସ୍ତାରେ ନାଚୁଥିବା ନଜର ଆସିଛନ୍ତି। ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହି କ୍ଲିପ୍ ଦେଖିବା ପରେ ଖୁବ୍ ପ୍ରଶଂସା କରିଛନ୍ତି।
ଯେତେବେଳେ ବର୍ଷା ଋତୁ ଆରମ୍ଭରେ ପ୍ରଥମ ବର୍ଷା ହୁଏ ମନ ଆନନ୍ଦରେ ଭରିଯାଏ। ବିଶେଷକରି ମୌସୁମୀ ବର୍ଷାରେ ଭିଜିବାର ମଜା ଅଲଗା। ସମସ୍ତେ ଏହାକୁ ନିଜ ନିଜ ହିସାବରେ ଉପଭୋଗ କରିଥାନ୍ତି।
इंदौर में तो ग़ज़ब ही हो रिया है… भैया
pic.twitter.com/UMnICoyqaB— 🇮🇳Sandeep Singh संदीप सिंह “📝सहर” (@Sandeep_1Singh_) June 25, 2023
କେହି କେହି ଚା ଏବଂ ପକୋଡ଼ି ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ମକା ଖାଇ ବର୍ଷାର ମଜା ନିଅନ୍ତି। କିଛି ଲୋକ ପାଣିକୁ ଭୟ କରି ସାଥୀରେ ଛତା ନିଅନ୍ତି ତ ପୁଣି କେହି ଓଦା ହେବାକୁ ଭଲ ପାଆନ୍ତି।
ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ପୋଷ୍ଟ୍ କରିଥିବା ଭିଡିଓରେ ପ୍ରେମୀଯୁଗଳ ବର୍ଷା ସମୟରେ ରାସ୍ତାରେ ରୋମାଣ୍ଟିକ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି ଏହାକୁ ଟ୍ୱିଟରରେ ସେୟାର କରି କାର୍ତ୍ତିକ ଅଗ୍ନିହୋତ୍ରୀ ନାମକ ବ୍ୟବହାରକାରୀ ଏହା ଇନ୍ଦୋରର ବୋଲି କହିଛନ୍ତି। ବ୍ୟାକ୍ଗ୍ରାଉଣ୍ଡ୍ରେ ଗୀତ ବାଜୁଛି ‘ତୁ ହୈ ତୋ ମୁଝେ ଫିର୍ ଔର୍ କ୍ୟାୟା ଚାହିୟେ’। ଏହି ୨୧ ସେକେଣ୍ଡ୍ର ଭିଡିଓକୁ ସୋସିଆଲ୍ ମିଡିଆରେ ଖୁବ୍ ଗ୍ରହଣୀୟତା ମିଳିଛି।