ନୂଆଦିଲ୍ଲୀ: ୟୁଟ୍ୟୁବର୍‌ ଅର୍ମାନ ମଲ୍ଲିକ ଖୁବ୍‌ ଲୋକପ୍ରିୟ। ଅର୍ମାନ ବି‌ଶେଷ ଭାବେ ତାଙ୍କ ୨ ଜଣ ପତ୍ନୀ ପାୟଲ୍‌ ମଲ୍ଲିକ ଓ କୃର୍ତ୍ତିକା ମଲ୍ଲିକଙ୍କୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଆପଣ ଜାଣିଥିବେ ଯେ ଅର୍ମାନଙ୍କ ୨ ଜଣ ଯାକ ପତ୍ନୀ ଗର୍ଭବତୀ ଅଛନ୍ତି। ତାଙ୍କ ପ୍ରଥମ ପତ୍ନୀ ପାଏଲଙ୍କ ପେଟରେ ଯାଆଁଳା ଛୁଆ ଥିବା ବେଳେ କୃର୍ତ୍ତିକା ଜ‌ଣେ ପିଲାକୁ ଜନ୍ମ ଦେବେ।

Advertisment

ତେବେ ଖବର ଆସିଛି ଯେ ଅଚାନକ ପାଏଲ ଅସୁସ୍ଥ ହେବା ପରେ ରାତି ଅଧରେ ପତ୍ନୀଙ୍କୁ ଧରି ହସ୍ପିଟାଲ୍‌ ଯାଇଛନ୍ତି ଅର୍ମାନ। ଅର୍ମାନଙ୍କ ୨ ଜଣ ପତ୍ନୀଙ୍କର ପ୍ରସବ ସମୟ ପାଖେଇ ଆସି ସାରିଥିବା ବେଳେ ହଠାତ ପାଏଲଙ୍କ ଶରୀରରେ ଜଟିଳତା ଦେଖା ଦେବାରୁ ୨ ପତ୍ନୀଙ୍କ ସହ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି ଅର୍ମାନ।

ରାତି ପ୍ରାୟ ୩ଟା ବେଳେ ପାଏଲଙ୍କ ଶରୀର ଖରାପ ହୋଇଥିଲା। ଏ ନେଇ କୃତ୍ତିକା କହିଛନ୍ତି ଯେ ଶିଶୁ ପେଟରେ ଖୁବ୍‌ ଅଧିକ ବୁଲାବୁଲି କରିବା କାରଣରୁ ପାଏଲଙ୍କୁ ବାରମ୍ବାର ବାନ୍ତି ହେଉଥିଲା। ତାଙ୍କ ପେଟରେ ଯାଆଁଳା ଛୁଆ ଥିବା କାରଣରୁ ତାଙ୍କ ଶରୀରରେ ଜଟିଳତା ଦେଖା ଦେବା ସ୍ବାଭାବିକ। କୃତ୍ତିକାଙ୍କୁ ଲାଗୁଛି ଏହା ଫଲ୍‌ସ ଡେଲିଭରି ପେନ୍। ପାଏଲଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପାଏଲଙ୍କ ଡେଲିଭରିକୁ ଆହୁରି ୨ ମାସ ବାକି ଥିବା ବେଳେ କୃତ୍ତିକାଙ୍କର ଆଉ ମାସେ ବାକି ଅଛି। ପାଏଲଙ୍କର ପୂର୍ବରୁ ବି ଏକ ପୁଅ ଅଛି, ଯାହାର ନାମ ଚିକୁ।