ନୂଆଦିଲ୍ଲୀ: ଭାରତ ସରକାରଙ୍କ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରୁ ଗତ ୩ ବର୍ଷରେ ୧୩୪୨ରୁ ଅଧିକ ଆଥ୍‌ଲେଟ୍‌ଙ୍କୁ ବିଦା କରାଯାଇଛି। ପ୍ରଦର୍ଶନରେ ଅବନତି ଓ ଡୋପିଂ ନିୟମର ଉଲ୍ଲଙ୍ଘନ କାରଣରୁ ଏହି ଆଥ୍‌ଲେଟ୍‌ମାନଙ୍କୁ ବିଦା କରାଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗୁରୁବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି।

Advertisment

ଖେଲୋ ଇଣ୍ଡିଆ ଅଧୀନରେ ତାଲିମ ପାଉଥିବା ଆଥ୍‌ଲେଟ୍‌ମାନଙ୍କ ପ୍ରଦର୍ଶନ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଏହି ତିନିବର୍ଷରେ ୨୯୦୫ ଜଣ ନୂଆ ଆଥ୍‌ଲେଟ୍‌ଙ୍କୁ ସାମିଲ କରାଯାଇଛି। ଏମାନଙ୍କୁ ମିଶାଇ ଏବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୩ ହଜାର ଆଥ୍‌ଲେଟ୍‌ଙ୍କୁ ଦେଶ ବିଭିନ୍ନ କେନ୍ଦ୍ରରେ ତାଲିମ ଓ ସହାୟତା ପ୍ରଦାନ କରାଯାଉଛି। ଆଥ୍‌ଲେଟ୍‌ମାନଙ୍କ ପ୍ରଦର୍ଶନକୁ ପ୍ରତିବର୍ଷ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ମୂଲ୍ୟାଙ୍କନ କରି ଖେଲୋ ଇଣ୍ଡିଆ ଓ୍ବେବ୍‌ସାଇଟ୍‌ରେ ଅପଲୋଡ୍ କରାଯାଉଛି।

ଆହୁରି ପଢ଼ନ୍ତୁ: Heroin Seized: ବଢ଼ିଚାଲିଛି ବେଆଇନ ନିଶା କାରବାର; ବିକି ପାରିଲେନି ହେରୋଇନ

କ୍ରୀଡ଼ା ମନ୍ତ୍ରାଳୟର ପ୍ରତିଭା ଚିହ୍ନଟ ଓ ବିକାଶ କମିଟି (ଟିଆଇଡିସି) ଦେଶର ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଚିହ୍ନଟ କରି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିଥାଏ। ଆଥ୍‌ଲେଟ୍‌ମାନଙ୍କୁ ବିଦା କରାଯିବା ସଂପର୍କିତ ନିଷ୍ପତ୍ତି ମଧ୍ୟ ଏହି କମିଟି ନେଇଥାଏ। ୨୦୨୬-୨୭ର କେନ୍ଦ୍ର ବଜେଟ୍‌ରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ୯୨୪ କୋଟିର ବ୍ୟୟବରାଦ କରାଯାଇଛି।