ଭୂପୃଷ୍ଠସ୍ଥ ଜଳରେ ଦ୍ରବୀଭୂତ ହୋଇ ରହିଥିବା ଅମ୍ଳଜାନ ପରିମାଣରେ ହ୍ରାସ ଘଟୁଥିବାରୁ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ପୃଥିବୀର ଜୀବଜଗତ ପ୍ରତି ଏହା ସଂକଟ ଆଣିବ ବୋଲି ଆମେରିକାର ରେନ୍‌ସିଲାର ପଲିଟେକ୍ନିକ୍‌ ଅନୁଷ୍ଠାନର ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୃଥିବୀର ସ୍ଥଳଭାଗରେ ବସବାସ କରୁଥିବା ମନୁଷ୍ୟ ସମେତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବାୟୁମଣ୍ଡଳୀୟ ଅମ୍ଳଜାନ ଯେତିକି ଗୁରୁତ୍ବପୂର୍ଣ୍ଣ, ଲୁଣୀ ହେଉ ବା ମଧୁର ହେଉ, ଜଳଚର ପ୍ରାଣୀଙ୍କ ପାଇଁ ଜଳରେ ଦ୍ରବୀଭୂତ ଥିବା ଅମ୍ଳଜାନ ସେତିକି ଗୁରୁତ୍ବ ବହନ କରେ ଏବଂ ତାହା ଜଳଚର ଜୈବପ୍ରଣାଳୀର ସନ୍ତୁଳନ ପାଇଁ ଏକାନ୍ତ ଆବଶ୍ୟକ। ଏଥି ସହିତ କୋଟି କୋଟି ଲୋକ ଜୀବନଜୀବିକା ପାଇଁ ସମୁଦ୍ର ଉପରେ ନିର୍ଭର କରୁଥିବାରୁ ଜଳରେ ଅମ୍ଳଜାନର ଏପରି ଦ୍ରୁତ ହ୍ରାସ ପ୍ରମୁଖ ଉଦ୍‌ବେଗର କାରଣ ହୋଇଛି। ଏହା ବିଶ୍ବର ପରିବେଶଗତ ଓ ସାମାଜିକ ବ୍ୟବସ୍ଥାର ଅଖଣ୍ଡତା ପାଇଁ ଗୁରୁତ୍ବପୂର୍ଣ୍ଣ।

Advertisment

ଜଳରୁ ଅମ୍ଳଜାନ ହ୍ରାସ ପଛର ପ୍ରମୁଖ କାରଣ ହେଲା, ଦ୍ରବୀଭୂତ ହେଉଥିବା ଅମ୍ଳଜାନକୁ ଉଷ୍ମ ଜଳ ଧରି ରଖିପାରେନାହିଁ। ସେହିପରି ସବୁଜଗୃହ ବାଷ୍ପ ନିର୍ଗମନ ଦ୍ବାରା ବାୟୁ ଓ ଜଳର ତାପମାତ୍ରା ବଢ଼ିଥାଏ। ଫଳସ୍ବରୂପ, ଭୂପୃଷ୍ଠସ୍ଥ ଜଳ ଆବଶ୍ୟକ ପରିମାଣର ଅମ୍ଳଜାନ ବହନ କରିପାରୁନାହିଁ।

ଜଳରୁ ଏପରି ଅମ୍ଳଜାନ ହ୍ରାସ ପଛର କାରଣ ହେଲା, ଦ୍ରବୀଭୂତ ହେଉଥିବା ଅମ୍ଳଜାନକୁ ଉଷ୍ମ ଜଳ ଧରି ରଖିପାରେନାହିଁ। ସେହିପରି ସବୁଜଗୃହ ବାଷ୍ପ ନିର୍ଗମନ ଦ୍ବାରା ବାୟୁ ଓ ଜଳର ତାପମାତ୍ରା ବଢ଼ିଥାଏ। ଫଳସ୍ବରୂପ, ଭୂପୃଷ୍ଠସ୍ଥ ଜଳ ଆବଶ୍ୟକ ପରିମାଣର ଅମ୍ଳଜାନ ବହନ କରିପାରୁନାହିଁ। ଏଥି ସହିତ ଜଳରେ ବିଭିନ୍ନ ପ୍ରକାର ଶୈବାଳ ଓ ବୀଜ ବଢ଼ିବା ଯୋଗୁଁ ବିଭିନ୍ନ ପ୍ରକାରର ଜୈବ ପଦାର୍ଥର ବୃଦ୍ଧି ଘଟୁଛି। ସେହିପରି କଳକାରଖାନା ବର୍ଜ୍ୟ, କୃଷି କ୍ଷେତ୍ରରେ ବ୍ୟବହୃତ ସାର ଓ ରାସାୟନିକ ଆଦି ଜଳରେ ଦ୍ରବୀଭୂତ ଥିବା ଅମ୍ଳଜାନକୁ ଶୋଷି ନେଇଥା’ନ୍ତି। ସୁତରାଂ ପାଣିପାଗ ପରିବର୍ତ୍ତନ, ସାଗର ଅମ୍ଳୀକରଣ, ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିଅର୍‌ରେ ଓଜୋନ୍ ସ୍ତରରେ ହ୍ରାସ, ପୃଥିବୀର ଫସ୍‌ଫରସ୍‌ ଓ ନାଇଟ୍ରୋଜେନ୍‌ ଚକ୍ରରେ ହସ୍ତକ୍ଷେପ, ଜୈବବିବିଧତାର ହ୍ରାସ ହାର, ପ୍ରଭୂତ ମଧୁରଜଳ ବ୍ୟବହାର, ସ୍ଥଳଭାଗ ଢାଞ୍ଚାରେ ପରିବର୍ତ୍ତନ, ବାୟୁମଣ୍ଡଳରେ ଭାସମାନ କଣିକାର ବୃଦ୍ଧି ଓ ରାସାୟନିକ ପ୍ରଦୂଷଣ ପରି ଜଳରୁ ଅମ୍ଳଜାନ ହରଣକୁ ମଧ୍ୟ ‘ପ୍ଲାନେଟାରି ବାଉଣ୍ଡାରିଜ୍‌’ ତାଲିକାରେ ସାମିଲ କରିବାକୁ ବୈଜ୍ଞାନିକମାନେ କହୁଛନ୍ତି।