ନୂଆଦିଲ୍ଲୀ: କୁମ୍ଭୀର ହାବୁଡ଼ରେ ଯଦି ମଣିଷ ପଡ଼ିଯାଏ ତେବେ ଜୀବନ ନେଇ ଫେରିବା ଅସମ୍ଭବ ହୋଇଥାଏ। କାରଣ କୁମ୍ଭୀର ମଣିଷ ଉପରେ ଆଖିପିଛୁଳାକେ ଆକ୍ରମଣ କରି ଜୀବନ ନେଇ ଯାଇଥାଏ।
ଏହି କ୍ରମରେ କୁମ୍ଭୀରକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବାଳକଙ୍କ କାନ୍ଧରେ କୁମ୍ଭୀର ଥିବା ଦେଖିବାକୁ ମିଳୁଛି। ଉକ୍ତ ବାଳକ ଜଣକ ଭୟ ନକରି ଖୁସିରେ କୁମ୍ଭୀରକୁ କାନ୍ଧେଇ କାନ୍ଧେଇ ରାସ୍ତାରେ ବୁଲୁଛି। ଆପଣ ଏହି ଦୃଶ୍ୟ ଦେଖି ଭାବୁଥାଇ ପାରନ୍ତି ଏହା ବୋଧ ହୁଏ କଣ୍ଢେଇ କୁମ୍ଭୀର, କିନ୍ତୁ ଆପଣଙ୍କୁ ଜଣାଇ ରଖିବାକୁ ଚାହିଁବୁ କି ଏହି କୁମ୍ଭୀର ଜୀବିତ ଅଟେ।
harga diri si buaya langsung turun pic.twitter.com/xl3z1tlpHR
— 𝑹𝒂𝒏𝒅𝒐𝒎 𝑽𝒊𝒅𝒆𝒐 𝒐𝒏 𝑰𝒏𝒕𝒆𝒓𝒏𝒆𝒕 (@FunnyVideosID) February 16, 2023
ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଏହି ଭିଡିଓକୁ @ଫନିଭିଡିଓଜଆଇଡ଼ି ନାମକ ପେଜରୁ ସେୟାର କରାଯାଇଛି। ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଥିବା ବେଳେ ବହୁମାତ୍ରାରେ ସେୟାର ବି କରୁଛନ୍ତି। ଏବଂ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଉଛନ୍ତି।
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଛୋଟ ପିଲାଟିର ପିଠିରେ ଜିଅଁନ୍ତା କୁମ୍ଭୀରକୁ ଦେଖି ବିଶ୍ବାସ ହେଉନାହିଁ। ଏହା କେମିତି ସମ୍ଭବ ହୋଇପାରେ। ବୋଧ ହୁଏ ଏହି କୁମ୍ଭୀରକୁ ଉକ୍ତ ଶିଶୁର ପରିବାର ପୋଷିଛନ୍ତି। ତେଣୁ କୁମ୍ଭୀର ଶିଶୁକୁ ଚିହ୍ନି ଯାଇଛି ଆଉ ପୋାଷା ମାନି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/999.jpg)