ଓଡ଼ିଶାର ଯୁବକଙ୍କ କମାଲ; ଟିଭି ରିମୋଟରୁ ପାଇଥିଲେ ବ୍ୟବସାୟ କରିବାର ଆଇଡିଆ, ଏବେ ହଜାରେ କୋଟି କମ୍ପାନିର ମାଲିକ

ନୂଆଦିଲ୍ଲୀ: ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କୁ ଆପଣମାନେ ଜାଣି ନଥାଇ ପାରନ୍ତି । କିନ୍ତୁ ତାଙ୍କ ବ୍ୟବସାୟ ବିଷୟରେ ନିହାତି ଭାବରେ ଆପଣଙ୍କୁ ଜଣାଥିବ । ‘ଓୟୋ’ ନାଁ ତ ଆପଣମାନେ ଶୁଣିଥିବେ । ନିଜ ପାର୍ଟନର ସହ ସମୟ କଟାଇବାକୁ ଯାଇ ଏହି ରୁମ୍‌ର ବ୍ୟବହାର ମଧ୍ୟ କରିଥିବେ । ତେବେ ଆଜି ଆମେ ଏହି ଓୟୋ କମ୍ପାନିର ମୁଖ୍ୟ ରିତେଶ ଅଗ୍ରଓ୍ଵାଲଙ୍କ ବିଷୟରେ ଜଣାଇବାକୁ ଯାଉଛୁ । ଯିଏ ଏକ ଟିଭି ରିମୋଟରୁ ନିଜର ଓୟୋ କମ୍ପାନି ଆରମ୍ଭ କରିବାର ପରିକଳ୍ପନା କରିଥିଲେ । ଶିକ୍ଷା କ୍ଷେତ୍ରରେ କୌଣସି ବଡ଼ ଡିିଗ୍ରି ହାସିଲ କରି ନଥିବା ରିତେଶ ଆଜି ଏହି କମ୍ପାନି ସାହାଯ୍ୟରେ ହଜାର କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି ।

Tech in Asia

ସୂଚନା ମୁତାବକ, ରିତେଶ କଲେଜ ପାଠ ପଢ଼ା ଛାଡ଼ି ୫ବର୍ଷ ପୂର୍ବରୁ ୨୪ବର୍ଷ ବୟସରେ ଓୟୋ କମ୍ପାନି ଆରମ୍ଭ କରିଥିଲେ । ଆଜି ଓୟୋ କମ୍ପାନି ୨୩୦ଟି ସହରରେ ୧୦ଲକ୍ଷରୁ ଅଧିକ ଓୟୋ ରୁମ୍‌ ତିଆରି କରି ପାରିଛି । କିଛି ବର୍ଷ ପୂର୍ବରୁ ରିତେଶ ଓଡ଼ିଶାରେ ସିମ୍‌ କାର୍ଡ଼ ବିକ୍ରି କରୁଥିଲେ । ଓଡ଼ିଶାର ବିଷମ୍‌ କଟକରେ ଜନ୍ମ ହୋଇଥବା ରିତେଶ ଟିଭି ରିମୋଟରୁ ନିଜର ଏହି ବ୍ୟବସାୟ ଆରମ୍ଭ କରିବା କଥା ଭାବିଥିଲେ । ଯେମିତି ଲୋକମାନେ ଟିଭିକୁ ରିମୋଟ ମାଧ୍ୟମରେ ନିୟନ୍ତ୍ରଣ କରୁଛନ୍ତି । ସେଭଳି ଭାବରେ ଘରେ ବସି ଲୋକମାନେ ହୋଟେଲରେ ଓୟୋ ରୁମ୍‌ ମଧ୍ୟ ବୁକ୍‌ କରି ପାରିବେ । କଲେଜରୁ ପାଠ ପଢ଼ା ଅଧାରୁ ଛାଡ଼ିଥିଲେ ମଧ୍ୟ ଏବେ ୨୦ଜଣ ଆଇଆଇଏମ୍‌ ଏବଂ ୨୦୦ଆଇଆଇଟି ଛାତ୍ର ତାଙ୍କ ଅଧିନରେ କାମ କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର