ମାତ୍ର ୨୨ ବର୍ଷ ବୟସରେ କୋଟିପତି!

ଦିନେ ଓଡିଶାର ଏକ ଛୋଟ ସହରରେ ସିମ କାର୍ଡ ବିକ୍ରି କରୁଥିବା ଏହି ଯୁବକ ଜଣକ ଏବେ ମାତ୍ର ୨୨ ବର୍ଷ ବୟସରେ ହୋଇପାରିଛନ୍ତି କୋଟିପତି। ଏହି ଯୁବକ ଜଣକ ହେଲେ ରିତେଶ ଅଗ୍ରୱାଲ। ନିଜର ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ଆଜି ସେ ଏହି ସଫଳତା ପାଇଛନ୍ତି।

ଓୟୋ ରୁମର ସଂସ୍ଥାପକ ୨୩ ବର୍ଷୀୟ ରିତେଶ ଅଗ୍ରୱାଲ ଚୀନରେ ନିଜର ଏକ ବଡ ପରିଚୟ ବନାଇବାକୁ ଯାଉଛନ୍ତି। ୬.୫ ଲକ୍ଷ କୋଟି ଟଙ୍କା ନିବେଶ ଫଣ୍ଡର ମାଲିକ ମାସାୟୋରୀ ସୋନ ଚୀନରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଅଗ୍ରୱାଲଙ୍କୁ ସାହାଯ୍ୟ କରିଥିଲେ। ଯାହା ଫଳରେ ରିତେଶ ଏକ ସଫଳ ବ୍ୟବସାୟୀ ଭାବରେ ସାରା ବିଶ୍ୱରେ ନିଜର ଏକ ପରିଚୟ ତିଆରି କରିପାରିଛନ୍ତି।

photo by : Quora

ରିତେଶ ଅଗ୍ରୱାଲ ସଫଳତାର ଏପରି ଏକ ଉଦାହରଣ ପାଲଟିଛନ୍ତି, ଯାହା ପ୍ରମାଣ କରିଦେଉଛି ଉପରକୁ ଉଠିବା ପାଇଁ ଔପଚାରିକ ଶିକ୍ଷା ହିଁ ସବୁକିଛି ନୁହେଁ। କିଛି ବର୍ଷ ପୂର୍ବରୁ ରିତେଶ ଓଡିଶାର ଏକ ଛୋଟ ସହରରେ ସିମ କାର୍ଡ ବିକ୍ରି କରୁଥିଲେ। କିନ୍ତୁ ଆଜି ଦୁନିଆର ସବୁଠାରୁ ବଡ ସପ୍ଟଟ୍ୟାଙ୍କ ନିବେଶକ ମାସାୟୋଶୀ ସୋନ ଚୀନରେ ଓୟୋ ରୁମରେ ଏଣ୍ଟ୍ରି କରିବା ସହିତ ଏହାର ପାର୍ଟନର ମଧ୍ୟ ହେବାକୁ ଚାହୁଁଛନ୍ତି। ଅଗ୍ରୱାଲ ସ୍କୁଲ ପାଠପଢା ପୁରା କରିବା ପରେ ଚୀନରେ ତାଙ୍କର ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ। ଅଗ୍ରୱାଲ ତାଙ୍କର ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ଧିରେ ଧିରେ ଆଗକୁ ବଢିବାରେ ଲାଗିଲେ। ଯାହାର ଫଳ ସ୍ୱରୂପ ଆଜି ସାରା ଦୁନିଆରେ ସେ ବେଶ ପରିଚିତ ହୋଇପାରିଛନ୍ତି।

ସମ୍ବନ୍ଧିତ ଖବର