ନୂଆଦିଲ୍ଲୀ: କାନପୁରର ନିଶି ଗୁପ୍ତା ଏହା ପ୍ରମାଣ କରି ଦେଖାଇ ଦେଇଛନ୍ତି କି କୌଣସି ପରିସ୍ଥିତି ଥାଉ ନା କାହିଁକି ପରିଶ୍ରମ ଓ ଇଚ୍ଛାଶକ୍ତି ଥିଲେ ସବୁ କାମ ସମ୍ଭବ ହୋଇଥ‌ାଏ।

Advertisment

ନିକଟରେ ନିଶି ପିସିଏସ-ଜେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପରିବାର ତଥା ନିଜ ଅଞ୍ଚଳର ନାମ ଉଜ୍ଜ୍ବଳ କରିଛନ୍ତି। ଏହାପୂର୍ବରୁ ନିଶି ମଧ୍ୟପ୍ରଦେଶ ଓ ରାଜସ୍ଥାନ ଉଭୟରେ ପିସିଏସ ପରୀକ୍ଷା ଦେଇଥିଲେ କିନ୍ତୁ ଗୋଟିଏ ନମ୍ବର ପାଇଁ ତାଙ୍କର ଚୟନ ହୋଇ ନଥିଲା। ଏହାପରେ ସେ ଯେତିକି ପରିଶ୍ରମ କରୁଥିଲେ ପରିଶ୍ରମ ସମୟକୁ ବଢ଼ାଇ ଦେ‌ଇଥିଲେ। ଆଉ ମନରେ ଗଣ୍ଠି କରିଦେଲେ କି ଏଥର ଯେମିତି ହେଲେ ବି ପିସିଏସ ପରୀକ୍ଷାରେ ତାଙ୍କୁ ଉତ୍ତୀର୍ଣ୍ଣ ହେବାର ଅଛି।

ଏହି ସଫଳତାକୁ ନେଇ ନିଶି କହିଛନ୍ତି, ‘ବିଚାରପତିଙ୍କ କାମକୁ ଠିକ ଭାବେ ବୁଝି ନଥିବା ବେଳେ ପିଲାଟି ଦିନରୁ ବିଚାରପତି ହେବାର ମନରେ ଏକ ଆଶା ବାନ୍ଧିଥିଲି। ବଡ଼ ହେବାପରେ ବିଚାରପତିଙ୍କ କାମ କ’ଣ ବୁଝିବା ପରେ ମୁଁ ଯେମିତି ହେଲେ ବି ବିଚାରପତି ହେବି ବୋଲି ସବୁବେଳେ ଘରେ କହୁଥିଲି। ତେଣୁ ପିଲାଟି ଦିନରୁ ମୁଁ ମନ ଦେଇ ପାଠ ପଢ଼ିବା ଆରମ୍ଭ କରିଥିଲି।

ମୋର ବାପା ନିରଙ୍କାର ଗୁପ୍ତାଙ୍କ ଏକ ପାନ ଦୋକାନ ଅଛି। ସେ ମୋତେ ମଣିଷ କରିବା ପାଇଁ ଖୁବ ପରିଶ୍ରମ କରିଛନ୍ତି। ମା’ ବି ମୋ ପଢ଼ା ସମୟରେ ଖୁବ ସାହାଯ୍ୟ କରିଛି। ମା’ ଓ ବାପା ଦୁହେଁ ମୋର ବିଚାପତି ହେବାର ଇଚ୍ଛାକୁ ଦେଖିଥିଲେ। ମୋର ଇଚ୍ଛାକୁ ଦେଖି ଦୁହିଁଙ୍କର ବି ଇଚ୍ଛା ଥିଲା କି ତାଙ୍କ ଝିଅ ବି ଦିନେ ନା ଦିନେ ବିଚାରପତି ହେଉ।

ତେବେ ମୋର ଏହି ସଫଳତାକୁ ନେଇ ବାପା ଓ ମା’  ଖୁବ ଖୁସି ଅଛନ୍ତି। ତାଙ୍କୁ ଖୁସି ହେବା ଦେଖି ମୋତେ ବି ବହୁତ ଖୁସି ଲାଗୁଛି। ଜୀବନର ସବୁକିଛି ପ୍ରାପ୍ତ କରିଦେଲା ଭଳି ଅନୁଭବ ହେଉଛି। ଦେଖାଯାଉଛି ଆଗକୁ କ’ଣ ହେଉଛ।’