ଆଜିକାଲି ଆମମାନଙ୍କ ଭିତରୁ ଅନେକ ଲୋକ ପ୍ୟାକେଟ୍‌ କ୍ଷୀର ଉପରେ ନିର୍ଭରଶୀଳ। ଏହି କ୍ଷୀର ଅସଲି କି ନକଲି ତାହା ଜାଣିବା ଲାଗି ଆମ ମନରେ ସବୁବେଳେ ଉତ୍ସୁକତା ଥାଏ। କିନ୍ତୁ ଜାଣିବାର କିଛି ଉପାୟ ନ ଥିବା ହେତୁ ଆମେ କିଛି କରିପାରୁନଥାଉ।

Advertisment

ହେଲେ ଆପଣ ଯଦି କ୍ଷୀର ଅସଲି କି ନକଲି ଜାଣିବାକୁ ଚାହାଁନ୍ତି, ତେବେ ନିମ୍ନ ଉପାୟ ଅବଲମ୍ବନ କରିପାରନ୍ତି।

ଷ୍ଟାର୍ଚ ଟେଷ୍ଟ୍‍: କ୍ଷୀରରେ ଷ୍ଟାର୍ଚ ଅଛି କି ନା ତାହା ପରଖି ପାରିଲେ ଜଣାପଡ଼ିବ ଏହା ଅସଲି କି ନକଲି? ଏଥିପାଇଁ ଆପଣ ୫ ମିଲିଲିଟର ପ୍ୟାକେଟ୍‌ କ୍ଷୀରରେ ଦୁଇ ଚାମଚ ଲୁଣ ମିଶାନ୍ତୁ। ଯଦି ଦୁଧର ରଙ୍ଗ ନୀଳ ହୋଇଯାଉଛି,ତେବେ ଜାଣନ୍ତୁ ଏଥିରେ ମାତ୍ରାଧିକ ଷ୍ଟାର୍ଚ ଓ କାର୍ବୋହାଇଡ୍ରେଟ୍‌ ରହିଛି।

publive-image Times of India

ଓ୍ଵାସିଂ ପାଉଡର: ବେଳେବେଳେ ଚର୍ଚ୍ଚା ହୁଏ ଯେ, କ୍ଷୀରରେ ଓ୍ଵାସିଂ ପାଉଡର୍‌ ମିଶିିଥାଏ। ଏହାର ତନଖି କରିବା ପାଇଁ ଦୁଧକୁ ଏକ କାଚ ବୋତଲରେ ଭର୍ତ୍ତିକରି ଜୋରଜୋରରେ ହଲାନ୍ତୁ। ଏପରି କରିବା ପରେ ଯଦି ଅଧିକ ଫେଣ ହୁଏ ଓ ତାହା ଅଧିକ ସମୟ ଯାଏଁ ରହେ,ତେବେ ଜାଣନ୍ତୁ ଦୁଧରେ ଓ୍ଵାସିଂ ପାଉଡର୍‌ ମିଶିଛି।

କେମିକାଲ୍‌ସ ଯୁକ୍ତ କ୍ଷୀର: ସିନ୍ଥେଟିକ୍‌ କ୍ଷୀରରେ ଅଧିକ ପରିମାଣରେ ସାବୁନ୍‌ ମିଶିିଥାଏ। ଏହା ଜାଣିବା ପାଇଁ ଦୁଧକୁ ନିଜ ହାତରେ ରଗଡନ୍ତୁ। ଏଥିରୁ ଆପଣ ସହଜରେ ଜାଣିପାରିବେ ଯେ କ୍ଷୀରରେ ସାବୁନ୍‌ ମିଶିଛି କି ନା।ଯଦି କ୍ଷୀର ଫୁଟାଇବାବେଳେ କ୍ଷୀରର ରଙ୍ଗ ହଳଦିଆ ହେଉଛି, ତେବେ ଜାଣନ୍ତୁ ଏହା ନକଲି।