ନୂଆଦିଲ୍ଲୀ: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଗାଧୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତରମାନେ ଅନେକ ଥର କହିଥାନ୍ତି। ତଥାପି, ଏପରି ଜଣେ ବୃଦ୍ଧ ଅଛନ୍ତି ଯିଏ ଡାକ୍ତରଙ୍କ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି। ୬୭ବର୍ଷ ହେଲାଣି ‌ସେ ଗାଧୋଇନଥିବା ବେଳେ ଏବେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ରହିବା ପାଇଁ ଘର ନାହିଁ କି ଖାଇବା ପାଇଁ ଖାଦ୍ୟ ନାହିଁ, ପୋଖରୀରୁ ପାଣି ଆଣି ପିଉଥିବା ଏହି ବୃଦ୍ଧ ଭୋକ ହେଲେ ରାସ୍ତା କଡ଼ରେ ମରି ପଡ଼ିଥିବା ଜୀବଜନ୍ତୁଙ୍କୁ ଖାଉଥିଲେ ବି ସେ ସୁସ୍ଥ ରହିଛନ୍ତି। ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟ ଦେଖି ବୈଜ୍ଞାନିକ ଏବଂ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।  ଏବେ ତାଙ୍କ ବୟସ ୮୭ବର୍ଷ ହୋଇଥିଲେ ବି ତାଙ୍କ ପାଖରେ କୌଣସି ରୋଗ ନଥିବା କୁହାଯାଇଛି। ବୃଦ୍ଧଜଣକ ଇରାନର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାଁ ଅମଉ ଜାଜି ବୋଲି ଜଣାପଡ଼ିଛି।

Advertisment

publive-image aajtak

ତେବେ ବୃଦ୍ଧଙ୍କ ଶରୀରରେ କୌଣସି ରୋଗ ଅଛି କି ନାହିଁ ଜାଣିବା ପାଇଁ କିଛି ବିଶେଷଜ୍ଞ ତାଙ୍କ ପାଖରେ ପହଞ୍ଚିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣିବାକୁ ପାଇଥିଲେ। ଏହା ସହ ସେ ୬୭ବର୍ଷ ହେଲା ଗାଧୋଇନଥିବା ମଧ୍ୟ ଜଣାପଡ଼ିଥିଲା। ଏହାର କାରଣ ପଚରାଯିବା ପରେ ସେ କହିଥି‌ଲେ ଯେ, ଗାଧୋଇଲେ ମୋ ପାଇଁ ଅଶୁଭ ହେବ ଏବଂ ମୋର ମୃତ୍ୟୁ ହୋଇଯିବ ଭାବି ମୁଁ ୬୭ବର୍ଷ ହେଲାଣି ଗାଧୋଇ ନାହିଁ। ତେବେ ତାଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ସେ ଏପର୍ଯ୍ୟନ୍ତ ସୁସ୍ଥ ଥିବା କହିଛନ୍ତି ବିଶେଷଜ୍ଞ ।