ଇଂଲଣ୍ଡ: ବ୍ରିଟେନର ଜଣେ ମହିଳା ଏକ ପେଣ୍ଟିଂ ପାଇଁ ରାତାରାତି କୋଟିପତି ହୋଇଯାଇଛନ୍ତି। ଏହି ପେଣ୍ଟିଂକୁ ପ୍ରସିଦ୍ଧ ଆର୍ଟିଷ୍ଟ ଏନ୍ସି ୱାୟେଥ ଆଙ୍କିଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
ୱାୟେଥ ଏହି ପେଣ୍ଟିଂକୁ ୧୮୮୪ ମସିହାରେ ଆମେରିକାର କବି ହେଲେନ ହଣ୍ଟ ଜ୍ୟାକ୍ସନଙ୍କ ‘ରମୋନା’ର ୧୯୩୯ତମ ସଂସ୍କରଣ ପାଇଁ ପ୍ରସ୍ତୁତ କରିଥିଲେ। ପେଣ୍ଟିଂରେ ଏକ ଅନାଥ ଝିଅ ଏବଂ ତାର ସାବତ ମା’ଙ୍କ ମଧ୍ୟରେ ସମ୍ପର୍କକୁ ଦର୍ଶାଯାଇଥିଲା।
ତେବେ ୱାୟରଙ୍କ ଏହି ପେଣ୍ଟିଂକୁ ମାତ୍ର ୩୩୨ଟଙ୍କାରେ କିଣି ତା’ପରେ ୧.୫୮କୋଟି ଟଙ୍କାରେ ବିକ୍ରି କିରିଥିବା ବ୍ରିଟେନର ମହିଳାଙ୍କ କହିବାନୁସାରେ, ‘ଆର୍ଟିଷ୍ଟ ଏନ୍ସି ୱାୟେଥଙ୍କ ଦ୍ବାରା ଅଙ୍କା ଯାଇଥିବା ଏହି ପେଣ୍ଟିଂ ମୋତେ ଖୁବ ଭଲ ଲାଗିଥିଲା। ତେଣୁ ମୁଁ ଏହାକୁ ନ୍ୟୁ ହେମସିର୍ର ଏକ ବଜାରରୁ ୬ ବର୍ଷ ପୂର୍ବେ ୪ ଡଲାର ଅର୍ଥାତ୍ ୩୩୨ ଟଙ୍କାରେ କିଣି ଘରକୁ ନେଇ ଆସିଥିଲି।
କିଛିଦିନ ତଳେ ଘରର ଏକ କୋଣରେ ପଡ଼ିଥିବା ଏହି ପେଣ୍ଟିଂକୁ ମୁଁ ଫିଙ୍ଗି ଦେବା ପୂର୍ବରୁ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲି। ଏହି ଫଟୋ ଦେଖିବା ପରେ ଯେଭଳି ପ୍ରତିକ୍ରିୟା ଆସିଥିଲା ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ଲୋକେ ଏହି ପେଣ୍ଟିଂ ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି କହିବା ସହିତ ମୋତେ ଏହାକୁ ନିଲାମ କରିବାକୁ କହିଥିଲେ। ବହୁତ ଦିନ ତଳର ପେଣ୍ଟିଂ ହୋଇଥିବାରୁ ମୋର ବି ଏଥିପ୍ରତି ରୁଚି କମି ଯାଇଥିଲା। ତେଣୁ ମୁଁ ଭାବିଲି କାହିଁକି ପେଣ୍ଟିଂକୁ ଫିଙ୍ଗି ବି ଲୋକଙ୍କ ଅନୁରୋଧ ରକ୍ଷା କରି ଏହାର ନିଲାମ କରି ଦେଇଥିଲି।
ପେଣ୍ଟିଂର ନିଲାମ ରାଶି ମୁଁ ସ୍ବପ୍ନରେ ସୁଦ୍ଧା ଭାବି ନଥିଲି। କାରଣ ଗତ ୧୯ ତାରିଖରେ ଏହି ପେଣ୍ଟିଂ ୧୯୧ ହଜାର ଡଲାର ଅର୍ଥାତ୍ ୧. ୫୮ କୋଟିରେ ନିଲାମ ହୋଇଥିଲା। ଏହି ପେଣ୍ଟିଂ ଏକ ଐତିହାସିକ ପେଣ୍ଟିଂ ବୋଲି ରଣ ବ୍ରାଣ୍ଡିୱାଇନ ମ୍ୟୁଜିୟମ୍ ସୂତରୁ ପ୍ରକାଶ।’