ରତ୍ନାକର ସେନାପତିଙ୍କ ନିଆରା ଚିକିତ୍ସାରେ ସନ୍ତୁଷ୍ଟ ଶହ ଶହ ରୋଗୀ

ପରିସ୍ରାରେ ସୋରିଷ ତେଲ ଦେଇ ରୋଗ ଚିହ୍ନଟ କରନ୍ତି, ୪୦ ବର୍ଷରୁ ଜାରି ରଖିଛନ୍ତି ଆର୍ୟୁବେଦିକ ଚିକିତ୍ସା

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଞ୍ଜ ଜିଲ୍ଲା ଉଦଳା ରାଢପହଣ୍ଡା ଗ୍ରାମର ଆର୍ୟୁବେଦ ଚିକିତ୍ସିକ ହେଉଛନ୍ତି ରତ୍ନାକର ସେନାପତି। ଆଦୌ ପାଠ ପଢି ନ ଥିବା ଏହି ଚିକିତ୍ସିକ ଜଣକ ଏହା ଇଶ୍ୱରୀୟ ଦାନ ବୋଲି ଦାବି କରନ୍ତି। ଚାଳିଶ ବର୍ଷ ହେଲା ଚିକିତ୍ସା କରି ସୁନାମ ଅର୍ଜନ କରିଛନ୍ତି। ପରିସ୍ରାରେ ସୋରିଷ ତେଲ ପକାଇ ରୋଗ ନିରୂପଣ କରି ଔଷଧ ଦେଇ ଥାଆନ୍ତି।

ବାଙ୍ଗିରିପୋଷି ବ୍ଲକର କଳାବାଡିଆ, ପଥୁରୀ, ଗୋଲାମୁଣ୍ଢାକଟା, ବଣକାଟି, ବାଙ୍ଗିରିପୋଷି, ନିଶ୍ଚିତା ପଂଚାୟତର ବହୁ ଗରିବ ଲୋକ ତାଙ୍କ ଠାରୁ ଔଷଧ ଖାଇ ଭଲ ହେଉଥିବାର ଦାବି କରିଛନ୍ତି। କିଛି ଦିନ ପୂର୍ବରୁ ଜଗନ୍ନାଥଖୁଣ୍ଟା ଗ୍ରାମର ସମୀର ସିଂଙ୍କ ପାଞ୍ଚ ବର୍ଷର ପୁଅ ବ୍ରେନରେ ଟିଉମର ହୋଇଥିବା ଡାକ୍ତର କହିଥିଲେ। ଏଥିପାଇଁ ଦୁଇ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ବୋଲି କହି କଟକ ଯିବାକୁ କହିବାରୁ ପରିବାର ଦୁଃଖରେ ଭାଙ୍ଗିପଡିଥଲେ। ଚାଲି ପାରୁ ନ ଥିବା ପୁଅିକୁ ଅଳ୍ପ ଦିନରେ ରତ୍ନାକର ଔଷଧ ଦେଇ ଚଲାଇବା ସହିତ ଭଲ ହେବା ସମସ୍ତଙ୍କୁ ଚକିତ କରିଛି।

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଶହ ଶହ ରୋଗୀ ରତ୍ନାକରଙ୍କ ଔଷଧ ଖାଇ ଭଲ ହେଉଥିବାର ଜନସାଧାରଣ ଦାବି କରିଛନ୍ତି। ଏଲୋପାଥିକ ଔଷଧ କାର୍ଯ୍ୟ କରୁନାହିଁ ରତ୍ନାକରଙ୍କ ଔଷଧ କାମାଲ କରୁଛି। କ୍ୟାନସର, ଏଡ୍‌ସ୍‌, ପାରାଲିସିସ, କିଡନି ଜନିତ ରୋଗ ଅଳ୍ପ ଦିନରେ ଭଲ କରି ଦେଉଥିବା ରତ୍ନାକର ଦାବି କରିଛନ୍ତି। ଔଷଧ ପାଇଁ ବେଶୀ ପାରିଶ୍ରମିକ ଦାବି କରୁ ନ ଥିବାରୁ ବହୁ ଗରିବ ଓ ଧନୀ ରୋଗୀ ଉପକୃତ ହେଉଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର