ମିଳିଗଲା ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ଏହି ‘ଫ୍ଲାଇଂ କିସ୍‌ ଗାର୍ଲ’ଙ୍କ ପରିଚୟ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ୍‌ର ସେମି ଫାଇନାଲ୍‌ ମ୍ୟାଚ୍‌ରେ ଆପଣ ଜଣେ ଯୁବତୀଙ୍କୁ ଦେଖିଥିବେ। କେବଳ ଆପଣ କାହିଁକି, ଚାରିଆଡ଼େ ଏବେ ଏହି ଯୁବତୀଙ୍କ ଚର୍ଚ୍ଚା। ଯୁବତୀ ଜଣକ ପାକିସ୍ତାନ ଟିମ୍‌ର ଜଣେ ପ୍ରଶଂସିକା। ପାକିସ୍ତାନୀ ଖେଳାଳିମାନଙ୍କୁ ସେ ଫ୍ଲାଇଂ କିସ୍‌ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କାରଣ ପାଲଟିଥିଲେ। ସେ ଏକ ଧଳା ରଂଗର ଟପ୍‌ ପିନ୍ଧି ସେଥିରେ ପାକିସ୍ତାନ ପତାକା ବି ଲଗାଇଥିଲେ।

ତେବେ ଯୁବତୀ ଜଣକ ଯେତେବେଳେ ନାଚିବା ସହ ଫ୍ଲାଇଂ କିସ୍‌ ଦେଇ ଟିମ୍‌କୁ ଉତ୍ସାହିତ କରୁଥିଲେ କ୍ୟାମେରା ତାଙ୍କ ଉପରୁ ହଟିନଥିଲା। ଖେଳା ସରିବା ମାତ୍ରେ ଇନ୍‌ଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ବନି ଯାଇଥିଲେ ‌ସେ। ସମ‌ସ୍ତଙ୍କ ମନରେ ଉତ୍କଣ୍ଠା ଜାଗି ଉଠିଥିଲା ଯେ ଭିଡିଓରେ ଦିଶୁଥିବା ଉକ୍ତ ଯୁବତୀ ଜଣକ କିଏ?

ଏବେ ତାଙ୍କର ପୂରା ପରିଚୟ ମିଳିସାରିଛି। ତାଙ୍କ ନାମ ନତାଶା। ସେ ଅଷ୍ଟ୍ରେଲିଆର ବାସିନ୍ଦା। ତାଙ୍କ ନାମରେ ସୋସିଆଲ୍‌ ମିଡିଆରେ ଅନେକ ନକଲି ଆକାଉଣ୍ଟ୍‌ ରହିଛି। ‌‌ତାଙ୍କର ମାତ୍ର‌ ଗୋଟାଏ ଇନ୍‌ଷ୍ଟା ଆକାଉଣ୍ଟ୍‌ ଅଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ୍‌ର ସେମି ଫାଇନାଲ୍‌ ମ୍ୟାଚ୍‌ରେ ଯୁବତୀଙ୍କ ଗୋଟାଏ ଭିଡିଓ ଭାଇରାଲ୍‌ ହେବାରେ ପରେ ‌ତାଙ୍କର ତା’ ପରେ ପରେ ଅନେକ ଭିଡିଓ ଭାଇରାଲ୍‌ ହୋଇଛି।

ପୂର୍ବରୁ ଅନ୍ୟ ଜଣେ ପାକିସ୍ତାନୀ ପ୍ରଶଂସିକାଙ୍କ ଭିଡିଓ ବି ଭାଇରାଲ୍‌ ହୋଇଥିଲା। ଅଷ୍ଟ୍ରେଲିଆର ଆଡେଲେଡ୍‌ ଓଭାଲ୍‌ରେ ଚାଲିଥିବା ‘ଟି୨୦ ବିଶ୍ବକପ୍‌’ କ୍ରିକେଟ୍‌ ମ୍ୟାଚ୍‌ର ଦ୍ବିତୀୟ ସେମିଫାଇନାଲ୍‌କୁ ନେଇ ମହିଳାଙ୍କୁ ଗଣମାଧ୍ୟମ ପ୍ରତିନିଧୀ ପଚାରୁଥିବା ପ୍ରଶ୍ନରେ ମହିଳା ଜଣକ ଉତ୍ତର ରଖି କହିଥିଲେ ଯେ ‘ମୋତେ ବିରାଟଙ୍କୁ ବହୁତ ଡର ଲାଗେ। ସେ ଯେମିତି ଆଖି କରି ଦେଖନ୍ତି, ମୋତେ ଭାରି ଡର ଲା‌ଗେ। ମୁଁ ଚାହୁଁନାହିଁ ଯେ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ଜିତୁ ବେ‌ାଲି। କାରଣ ସେମି ଫାଇନାଲ୍‌ରେ ଭାରତ ଜିତିଲେ ସେ ନିଶ୍ଚିତ ବିଶ୍ପକପ୍‌ ଜିତିଯିବେ।’

ସମ୍ବନ୍ଧିତ ଖବର