ଚର୍ଚ୍ଚାରେ ପାକିସ୍ତାନର ୪୪୪ କିଲୋର ଯୁବକ: ୧୦୦କିଲୋର ଓଜନର ସ୍ତ୍ରୀ ଦରକାର ଥିବାରୁ ୩୦୦ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିସାରିଲେଣି

ନୂଆଦିଲ୍ଲୀ: ପାକିସ୍ତାନର ୪୪୪ କିଲୋ ଓଜନର  ଯୁବକଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଓଜନ ୪୪୪ କିଲୋ ହୋଇଥିବା ବେଳେ ବୟସ ମାତ୍ର ୨୭। ନାଁ ଅରବାବ ଖିଜର ହୟାତ।  ଏ ପର୍ଯ୍ୟନ୍ତ ସେ ୩୦୦ଟି ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସାରିଥିବା ଜଣାପଡ଼ିଛି। ନିଜର ଓଜନକୁ ଚାହିଁ ସେ  ବିବାହ ଲାଗି ଜରେ ୧୦୦କିଲୋ ଓଜନର ଯୁବତୀଙ୍କୁ ଖୋଜୁଥିବାରୁ ଏ ପର୍ଯ୍ୟନ୍ତ ତାଙ୍କୁ ନିଜର ମନ ମୁତାବକ ଝିଅ ମିଳିପାରି ନାହିଁ। ଖେବର ପଖତୁନଖ୍ବା ଜିଲ୍ଲାର ମରଦାନରେ ରହୁଥିବା ଅରବାବଙ୍କ ଅନୁଯାୟୀ ୧୦୦କିଲୋରୁ କମ ଓଜନର ଯୁବତୀଙ୍କୁ ବିବାହ କଲେ ତାଙ୍କ ଯୋଡ଼ି ଭଲ ଦିିଶିବ ନାହିଁ।

ପେସାରେ ଭାରତ୍ତୋଳକ ହୋଇଥିବା ଅରବାବଙ୍କ ଉଚ୍ଚତା ୬ଫୁଟ୍ ୬ଇଞ୍ଚ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଉଚ୍ଚତା ୬ଫୁଟ୍ ୪ଇଞ୍ଚ ହେବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଅରବାବଙ୍କ କହିବା ମୁତାବକ, ଉଚ୍ଚତା ଓ ଓଜନ ଅଧିକ ହେବା ସହ ପତ୍ନୀଙ୍କୁ ଭଲ ଖାଇବା ତିଆରି କରିଆସୁଥିବା ଦରକାର। କାରଣ ଅରବାବ ଦିନକୁ ୧୦,୦୦୦କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇଥାନ୍ତି। ସକାଳ ଖାଦ୍ୟରେ ୩୬ଟି ଅଣ୍ଡା ଖାଉଥିବା ଅରବାବ ଏ ପର୍ଯ୍ୟନ୍ତ କୌଣସି ରୋଗର ଶିକାର ହୋଇନାହାନ୍ତି। ଏହା ସହ ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୁବକ ହୋଇ ସେ ଚାମ୍ପିଆନ ବନିବାକୁ ଚାହୁଥିବାରୁ ଜାଣିଶୁଣି ନିଜର ଓଜନ ବଢ଼ାଇଥିବା ଜଣାପଡ଼ିଛି।

PAK के HULK ने ठुकराए 300 रिश्ते क्योंकि बीवी चाहिए 100 किलो की
aajtak.intoday.in

ସୂଚନା ମୁତାବକ, ଗୋଟେ ହାତରେ ରଶି ଧରି ଟ୍ରାକ୍ଟରକୁ ଟାଣିବା ପରେ ଲୋକଙ୍କ ନଜରକୁ ଆସିଥିଲେ ଅରବାବ। ଯାହାପରଠାରୁ ଅରବାବଙ୍କୁ ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ବୋଲି କୁହାଯିବା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର