ପୂରା ବିଶ୍ୱ ଏପ୍ରିଲ୍‌ରେ ଥିବା ବେଳେ ପାକିସ୍ତାନ ଜୁଲାଇରେ, ଏକ ଭୁଲ୍‌ ପ୍ୟାକିଂକୁ ନେଇ ବିବାଦରେ ପାକିସ୍ତାନ

ନୂଆଦିଲ୍ଳୀ: ଅନେକ ବିବାଦୀୟ ପ୍ୟାକିଂ ପାଇଁ ଅଧିକାଂଶ ସମୟରେ ବିବାଦରେ ରହୁଥିବା ଦେଶ ପାକିସ୍ତାନ ଏବେ ପୁଣି ଅଡୁଆରେ। ଆପଣଙ୍କର ମନେ ଥିବ ନିଶ୍ଚୟ ଗତବର୍ଷ ଭାରତର ଜାତୀୟ ପତାକାକୁ ବ୍ୟବହାର କରି ପାକିସ୍ତାନ ଜୋତା ଖୋଳ ନିର୍ମାଣ କରିଥିବା କଥା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପାକିସ୍ତାନର ଏକ ଜୋତା କମ୍ପାନିର ଏପରି ହୀନ ମାନସିକତା ହେତୁ ପାକିସ୍ତାନ ସାରା ବିଶ୍ୱରେ ଘୃଣ୍ୟ ପାଲଟିଥିଲା।

ଏବେ ସେହିପରି ଆଉ ଏକ ପ୍ୟାକିଂକୁ ନେଇ ବିବାଦରେ ପାକିସ୍ତାନ। ଏଥର କିନ୍ତୁ କୌଣସି ଦେଶକୁ ନୀଚା ଦେଖାଇବା ଉଦ୍ଦେଶ୍ୟରେ କିଛି ଘୃଣ୍ୟ କାର୍ଯ୍ୟ କରିନାହିଁ। ବରଂ ଭୁଲ୍‌ ବଶତଃ ପକାଇଥିବା ଏକ ମାସକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି। ୨୦୧୮ ମସିହା ଏପ୍ରିଲ୍‌ ମାସରେ ଥିବା ବେଳେ ପାକିସ୍ତାନର ଏକ ବିମାନ ମଧ୍ୟର ଉପକରଣ ଉପରେ ନିର୍ମାଣ ତାରିଖ ପଡ଼ିଛି ୨୦୧୮ ମସିହା, ଜୁଲାଇ ମାସ। ଏହା ଏବେ ସୋସିଆଲ୍‌ ମିଡିଆରେ ଏକ ହାସ୍ୟଜନକ ବିଷୟ ପାଲଟିଛି। ସାରା ବିଶ୍ୱ ଏପ୍ରିଲ୍‌ରେ ଥିବା ବେଳେ ପାକିସ୍ତାନ ଜୁଲାଇରେ ରହିଛି ଯେହେତୁ ଆମେ ତାହାକୁ ଏକ ପଛୁଆ ଦେଶ ବୋଲି କହିପାରିବା ନାହିଁ କହି ବ୍ୟଙ୍ଗ ସୃଷ୍ଟି ହୋଇଛି।

ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟଛି। ଏହି କଥାର ସତ୍ୟସତ୍ୟ କେତେ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ପାକିସ୍ତାନର ଇଣ୍ଟର୍‌ନ୍ୟାସନାଲ୍‌ ଏୟାର୍‌ଲାଇନ୍‌ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର