ନୂଆଦିଲ୍ଲୀ: ଯଦି କେହି ଅପରାଧ କରେ ତାକୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଇଥାଏ। ଚୋରି, ଲୁଟ ଓ ଦୁଷ୍କର୍ମ ଭଳି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥାଏ। କିନ୍ତୁ କେବେ ଶୁଣିଛନ୍ତି କି ଗଛ ଗିରଫ ହେବାର ଘଟଣା? ଏମିତି ଏକ ଗଛ ପାକିସ୍ତାନର ପେସାୱରରେ ଅଛି। ଯାହାକୁ ୧୨୫ ହେବ ହେବ ଗିରଫ କରି ରଖାଯାଇଛି।
ତେବେ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥାଇ ପାରେ କି ଗଛକୁ କାହିଁକି ଗିରଫ କରାଗଲା। ପୁଣି ଦୀର୍ଘ ୧୨୫ ବର୍ଷ ହେବ ଝଞ୍ଜିର ସାହାସ୍ୟରେ ଗଛକୁ ଚାରିପଟୁ ବାନ୍ଧି ରଖାଯାଇଛି।
ଘଟଣାଟି ହେଉଛି ଏପରି...ତେରଖନ ସୀମା ନିକଟରେ ଲ୍ୟାଣ୍ଡି କୋଟାଲ ନାମକ ବସ୍ତିରେ ୧୨୫ବର୍ଷ ପୂର୍ବେ ଜଣେ ବ୍ରିଟିଶ ଅଧିକାରୀଙ୍କ ପାଇଁ ଆଜିପର୍ଯ୍ୟନ୍ତ ଏହି ଗଛ ଗିରଫ ହୋଇ ରହିଛି।
ଜେମ୍ସ ସ୍କ୍ୱିଡ୍ ନାମକ ଅଧିକାରୀ ଦିନେ ମଦ ନିଶାରେ ଦାବି କରିଥିଲେ କି, ଏହି ଗଛକୁ ସେ ଧରି ପାରୁ ନାହାନ୍ତି। ଧରିବାକୁ ଚେଷ୍ଟା କଲେ ଗଛ ତାଙ୍କ ହାତରୁ ଖସି ଚାଲି ଯାଉଛି। ଏହାପରେ ସେ ତାଙ୍କ ସିପାହୀଙ୍କ ସହିତ ମିଶିକୁ ଗଛକୁ ଗିରଫ ପାଇଁ ଆଦେଶ ଦେଇଥିଲେ।
ସିପାହୀମାନେ ଅଧିକାରୀଙ୍କ ଏହା ଏକ ପାଗଳାମି ବୋଲି ଜାଣୁଥିଲେ କିନ୍ତୁ ମୁହଁ ଖୋଲି କିଛି କହି ପାରୁ ନଥିଲେ। ତେଣୁ ବାଧ୍ୟ ହୋଇ ସିପାହୀମାନେ ଅଧିକାରୀଙ୍କ ଭୟରେ ଗଛକୁ ଗିରଫ କରି ଚାରିପଟୁ ଝଞ୍ଜିରରେ ବାନ୍ଧି ଦେଇଥିଲେ। ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏଗଛ ଗିରଫ ହୋଇ ରହିଛି।
ଏହାକୁ ଏବେ ପର୍ଯ୍ୟଟକମାନେ ବ୍ରିଟିଶ ଶାସନ ସମୟର ଅତ୍ୟାଚାରର ପ୍ରତୀକ ଭାବେ ଦେଖିବାକୁ ଯାଉଛନ୍ତି। ଜଣେ ସ୍ଥାନୀୟଲୋକଙ୍କ କହିବାନୁସାରେ, ‘ଏହି ଗଛ ମାଧ୍ୟମରେ ଇଂରେଜମାନେ ମୂଳତଃ ଆଦିବାସୀଙ୍କୁ ଧମକ ଦେଇ ଜଣାଇଥିଲେ କି ସେମାନେ ବି ଯଦି କୌଣସି କଥାରୁ ଓହରି ଯାଆନ୍ତି ସେମାନଙ୍କ ଅବସ୍ଥା ବି ଏପରି ହେବ।’