ଏହି ଅଜବ କାରଣ ପାଇଁ ଅଧା ବାଟରୁ ବିମାନ ଉଡ଼ାଉଇବାକୁ ମନା କଲେ ପାକ୍ ପାଇଲଟ

ନୂଆଦିଲ୍ଲୀ: ବିମାନ ଉଡ଼ାଣ କରିବା ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବିମାନ ଉଡ଼ାଇବାକୁ ମନା କଲେ ପାକ୍ ପାଇଲଟ। ଘଣ୍ଟା ଘଣ୍ଟା ଧରି ଫସି ରହିଲେ ନିଜ ନିଜ କାମରେ ବାହରିଥିବା ଯାତ୍ରୀ। ତେବେ ବିମାନ ନଉଡ଼ାଇବା ପାଇଁ ପାଇଲଟଜଣକ ଯେଉଁ ଅଜବ କାରଣ ଦେଇଥିଲେ, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମିଳିଥିବା ସୂଚନା ମୁତାବକ, ବିମାନ ପିକେ-୯୭୫୪ ରିୟାଦରୁ ଉଡ଼ାଣ କରି ଇସଲାମାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଖରାପ ପାଗ ହେତୁ ଏହି ବିମାନକୁ ସାଉଦି ଆରବର ଦମ୍ମମ‌ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ହେଲେ ଜରୁରୀକାଳୀନ ଅବତରଣ କରିବା ପରେ ପାଇଲଟ ବିମାନକୁ ଦମ୍ମମରୁ ଇସଲାମାବାଦ  ନେବା ପାଇଁ ମନା କରିଦେଲେ। ଡିୟୁଟି ସମୟ ଶେଷ ହୋଇଯାଇଥିବା କହି ପାଇଲଟ ଉଡ଼ାଣ କରିବାକୁ ମନା କରିଦେଇଥିଲେ। ଏହା ଶୁଣି ଯାତ୍ରୀ ବିମାନରୁ ଓହ୍ଲାଇବାକୁ ମନା କରିବା ସହ ବିଳମ୍ବ ହେଉଥିବା ନେଇ ବିରୋଧ କରିବା ଆରମ୍ଭ କରିଦେଇଥିଲେ। ବିରୋଧ ବଢ଼ିବାରୁ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଦମ୍ମମର ଏକ ହୋଟେଲରେ ରହିବାକୁ କୁହାଯାଇଥିଲା।

पाकिस्तानी पायलट ने बीच यात्रा में प्लेन उड़ाने से किया इनकार, वजह सुन भड़के यात्री और फिर...

ତେବେ ପାଇଲଟଜଣକ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ବିଶ୍ରାମ କରିବା ପରେ ଯାତ୍ରୀଙ୍କୁ ଧରି ଇସଲାମାବାଦ ପହଞ୍ଚିଥିବା ଜଣାପଡ଼ିଛି। ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ବିମାନ ସୁରକ୍ଷା ପାଇଁ ପାଇଲଟକୁ ବିଶ୍ରାମ ନେବା ଉଚିତ। ସେଥିପାଇଁ ଦମ୍ମମରେ ପାଇଲଟ ବିଶ୍ରାମ ନେବା ପରେ ଯାତ୍ରୀଙ୍କୁ ସେଠାରୁ ଧରି ଇସଲାମବାଦ ଫେରିଛନ୍ତି।

ସମ୍ବନ୍ଧିତ ଖବର