ଏକାଥରରେ ୬ ପିଲାଙ୍କୁ ଜନ୍ମ ଦେଲେ ମହିଳା; ୪ ପୁଅ, ୨ ଝିଅ

କରାଚି: ପାକିସ୍ତାନରେ କରାଚିରେ ଜଣେ ମହିଳା ଏକାସାଥୀରେ ୬ ଜଣ ପିଲାଙ୍କୁ ଜନ୍ମ ଦେଇଛନ୍ତି। ଏହି ୬ ଜଣଙ୍କ ମଧ୍ୟରୁ ୪ ଜଣ ପୁଅ ଓ ୨ ଜଣ ଝିଅ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।

କରାଚିର କାଲାପୁରର ବାସିନ୍ଦା ହିନା ଜାହିଦ ଜିନା ପୋ‌ଷ୍ଟ୍‌ ଗ୍ରାଜୁଏଟ୍‌  ମେଡିକାଲ୍‌ ସେଣ୍ଟର୍‌ରେ ଏହି ପିଲାମାନଙ୍କୁ ଜନ୍ମ ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ସମସ୍ତ ପିଲା ନର୍ମାଲ୍‌ ଡେଲିଭରି ହୋଇଛନ୍ତି। ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଯାକ ପିଲା ପୂରା ସୁସ୍ଥ ଥିବା ସୂଚନା ରହିଛି।

ଜିନା ପୋ‌ଷ୍ଟ୍‌ ଗ୍ରାଜୁଏଟ୍‌  ମେଡିକାଲ୍‌ ସେଣ୍ଟର୍‌ର ନିର୍ଦ୍ଦେଶକଙ୍କ ମୁତାବକ, ଏବେ ମହିଳାଙ୍କ ୫ ପୁଅ ଓ ଜଣେ ଝିଅ ଜୀବିତ ଅଛନ୍ତି। ନିଶ୍ବାସ ନେବାରେ ସାମାନ୍ୟ ଅସୁବିଧା ହେବାରୁ ସମସ୍ତ ପିଲାଙ୍କୁ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲ୍ଡ ହେଲଥ୍‌କୁ ସ୍ଥାନାନ୍ତରିତ କରାଯାଇଛି। ମହିଳାଙ୍କର ୟା ପୂର୍ବରୁ ବି ଜଣେ ପିଲା ଥିବା ସୂଚନା ରହିଛି।

www.aajtak.in

ପୂର୍ବରୁ ବି ଏଭଳି ଭାବେ ଅସ୍ବାଭାବିକ ଡେଲିଭରି ମାମଲା ଦେଖିବାକୁ ମିଳିଛି। ଗତ ଅଗଷ୍ଟ ମାସରେ ପାକିସ୍ତାନର ଏକ ବେସରକାରୀ ହସ୍ପିଟାଲ୍‌ରେ ଜଣେ ମହିଳା ଏକାସାଥୀରେ ୫ ଜଣଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଶୁଶୁ କନ୍ୟା ହୋଇଥିବା ବେଳେ ଜଣେ ଶିଶୁ ପୁତ୍ର ଜନ୍ମ ନେଇଥିଲା। ସେମ‌ାନେ ସମସ୍ତେ ସୁସ୍ଥ ଥିଲେ। ତେବେ ବିବାହର ୧୦ ବର୍ଷ ପରେ ମହିଳା ଏକାଥରକରେ ୫ ଜଣ ପିଲାଙ୍କ ମାଆ ବନିଥିଲେ।

 

ସମ୍ବନ୍ଧିତ ଖବର