ଇସ୍ଲାମ୍ବାଦ୍: ପ୍ରେମରେ ସବୁ କିଛି ସମ୍ଭବ। ପାକିସ୍ତାନର ଜଣେ ମହିଳା ଡାକ୍ତର ପ୍ରେମ କରି ସେହି ହସ୍ପିଟାଲ୍ରେ ଚା’ ଦେଉଥିବା ଜଣେ ଯୁବକଙ୍କୁ ବିବାହ କରି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେମାନଙ୍କ ନିଆରା ପ୍ରେମ କାହାଣୀ ଏବେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି। ମହିଳା ଡାକ୍ତର ଜଣଙ୍କୁ ଚା’ ଦେଉଥିବା ଉକ୍ତ ଯୁବକଙ୍କ ବ୍ୟବହାର ଦେଖି ପ୍ରେମ ହୋଇଗଲା ଓ ଶେଷର ସେ ତାଙ୍କ ସହ ନିଜ ପୂରା ଜୀବନ ବିତାଇବାରୁ ନିଷ୍ପତ୍ତି ନେଲେ।
ଚର୍ଚ୍ଚାରେ ଥିବା ଏହି ଡାକ୍ତରାଣୀ ଜଣକ ହେଉଛନ୍ତି କିଶୋର ସାହିବା। ସାହିବା ସେହି ହସ୍ପିଟାଲ୍ରେ କାମ କରୁଥିବା ହାଉସ୍ କିପିଂ ଷ୍ଟାଫ୍ ସହଜାଦଙ୍କୁ ପ୍ରଥମେ ନିଜ ଆଡୁ ପ୍ରେମ ନିବେଦନ କରିଥିଲେ। ମେରା ପାକିସ୍ତାନ ନାମକ ଏକ ନ୍ୟୁଜ୍ ଚ୍ୟାନେଲ୍କୁ ନିଜର ସାକ୍ଷାତ୍କାର ଦେଇ ଏହି ପ୍ରେମୀଯୁଗଳ ସେମାନଙ୍କ ପ୍ରେମ କାହାଣୀ ସାରା ଦୁନିଆକୁ କହିଛନ୍ତି।
ଡାକ୍ତର ଜଣକ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ ସେ ଯେତେବେଳେ ସାହାଜାଦଙ୍କ ସହ ପ୍ରଥମେ ଭେଟ ହୋଇଥିଲେ ସେତେବେଳେ ସାହଜାଦ ଜଣେ ଚା ବିକାଳି ବୋଲି ତାଙ୍କୁ ଆଦୌ ବି ଲାଗିନଥିଲେ। ସେ ସେମାନଙ୍କ ଜୀବନର ସମସ୍ତ ନିଷ୍ପତ୍ତି ଗୋଟାଏ ଦିନରେ ନେଇଛନ୍ତି।
ସାହିବା କହିଛନ୍ତି ଯେ ‘ସାଧାରଣତଃ ଲୋକେ ବିବାହ ନିଜ ବର୍ଗରେ ହିଁ କରିଥାନ୍ତି। ଏହାହିଁ ଗୋଟାଏ ଜିନିଷ, ଯାହାକି ଆମ ଦୁହିଁଙ୍କ ଭିତରେ ତାଳମେଳ ରଖେନାହିଁ। ମାତ୍ର ଆଉସବୁ କ୍ଷେତ୍ରରେ ଆମର ତାଳମେଳ ଖୁବ୍ ଭଲ।’