ନୂଆଦିଲ୍ଲୀ: ବେକରେ ସାମାନ୍ୟ ପବନ ଅଟକି ଗଲେ ବହୁତ କଷ୍ଟ ହୋଇଥାଏ। କେମିତି ଏହି କଷ୍ଟରୁ ଶୀଘ୍ର ଉପଶମ ମିଳିବ ସେ ନେଇ ଆମେ ବି ବିଭିନ୍ନ ପ୍ରକାର ସେକ ଦେବା ସହିତ ଔଷଧ ବି ଖାଇଥାଉ। ଦେଖିବାକୁ ଗଲେ ପାକିସ୍ତାନର ଜଣେ ବାଳିକାଙ୍କ ବେକ ଗତ ୧୩ବର୍ଷ ହେବ ୯୦ଡିଗ୍ରି ଭଳି ମୋଡ଼ି ହୋଇ ରହିଥିଲା। ଖୁସିର କଥା ଉକ୍ତ ନାବାଳିକାଙ୍କ ବେକର ଅସ୍ତ୍ରୋପଚାର କରାଯାଇ ସିଧା କରାଯାଇଛି।
ପାକିସ୍ତାନର ଏହି ବାଳିକାଙ୍କ ନାମ ଅଫସିନ ଗୁଲ। ଅଫସିନ ପିଲାବେଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁ କାରଣରୁ ତାଙ୍କ ବେକର ଅବସ୍ଥା ଏପରି ହୋଇଯାଇଥିଲା। ସେ ଜନ୍ମ ସାଧାରଣ ପିଲାଙ୍କ ଭଳି ହୋଇଥିଲେ, କିନ୍ତୁ ୮ମାସର ଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ପଡ଼ିଯିବାରୁ ତାଙ୍କ ବେକ ଏଭଳି ମୋଡ଼ି ହୋଇଯାଇଥିଲା। ପରିବାରଲୋକ ଭାବିଥିଲେ କି ଝିଅର ବେକର ଏଭଳି ଅବସ୍ଥା ଆପଣାଛାଏଁ ଠିକ ହୋଇଯିବ। କିନ୍ତୁ ଅଫସିନ ସେରେବ୍ରେଲ ପାଲ୍ସିରେ ପୀଡିତ ଥିଲେ। ଯେଉଁ କାରଣରୁ ସମସ୍ୟା ଅଧିକ ବଢ଼ିଯାଇଥିଲା। ପରିବାର ପାଖରେ ସେତିକି ଅଫସିନଙ୍କ ଅସ୍ତ୍ରୋପଚାର ପାଇଁ ଅର୍ଥ ନଥିବାରୁ ଏତେ ବର୍ଷ ଧରି ବାଳିକା ସେମିତି କଷ୍ଟ ପାଇ ଆସୁଥିଲେ।
View this post on Instagram
ଶେଷରେ GoFundMe ଜରିଆରେ ୨୫ଲକ୍ଷ ଟଙ୍କା ଏକାଠି କରାଯାଇ ଅଫସିନଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ସଫଳ ଅସ୍ତ୍ରୋପଚାର ପରେ ଅଫସିନ ଏବେ ସୁସ୍ଥ ଅଛନ୍ତି।