ନୂଆଦିଲ୍ଲୀ: ପାକିସ୍ତାନରେ ବିଲାତିବାଇଗଣ ଦର ଆକାଶ ଛୁଆଁ ହୋଇଛି। ସାଧାରଣଲୋକ ବିଲାତିବାଇଗଣ କିଣିବା ବନ୍ଦ କରି ଦେଇଛନ୍ତି। ଏହି କ୍ରମରେ ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ପାକିସ୍ତାନୀ କନ୍ୟା ଅଳଙ୍କାର ବଦଳରେ ବିବାହରେ ବିଲାତିବାଇଗଣ ପିନ୍ଧି ଥିବା ଦେଖିବାକୁ ମିଳିଛି। ସୋସିଆଲ ମଡିଆରେ ଏହାର ଏକ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।
ଏହି ଭିଡିଓକୁ ଦେଖିବା ପରେ ଉକ୍ତ ବଧୂ ପ୍ରଧାନମନ୍ତ୍ରୀ ଇମରାନ୍ଙ୍କ କାଙ୍ଗାଳ ପାକିସ୍ତାନର ଚିତ୍ରକୁ ସାମ୍ନାକୁ ଆଣିଥିବା କୁହାଯାଉଛି। ଏହି ବିବାହ ଭୋଜିକୁ ଆସିଥିବା ଲୋକମାନେ ବଧୂକୁ ଅଳଙ୍କାର ସ୍ଥାନରେ ବିଲାତିବାଇଗଣ ପିନ୍ଧିଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବଧୂଟି ସିନ୍ଥିରେ, ଗଳାରେ ଓ ହାତରେ ବିଲାତିବାଇଗଣକୁ ହାର କରି ପିନ୍ଧିଥିଲେ।
/sambad/media/post_attachments/wp-content/uploads/2019/11/tomato-bride-of-pakistan-300x243.jpg)
ତେବେ ବିବାହରେ ଏଭଳି ବିଲାତିବାଇଗଣକୁ ହାର କରି ପିନ୍ଧିଥିବା କାରଣ ବଧୂଙ୍କୁ ପଚରା ଯିବାରୁ ସେ କହିଥିଲେ, ସୁନା ଦର ଭଳି ବିଲାତିବାଇଗଣ ଦର ବି ବୃଦ୍ଧି ପାଇଛି। ତେଣୁ ମୁଁ ଅଳଙ୍କାର ସ୍ଥାନରେ ବିଲାତିବାଇଗଣକୁ ହାର କରି ପିନ୍ଧିବାକୁ ସ୍ଥିର କରିଥିଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/pakistani-bohu.jpg)