ନୂଆଦିଲ୍ଲୀ: ଆଜି ହେଉଛି ସେହି ମହାନ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିବସ। ଶାନ୍ତ, ସରଳ, ଆଉ ନମ୍ର ବ୍ୟବହାର କିଛି ଏମିତି ଥିଲା ତାଙ୍କ ବ୍ୟକ୍ତିତ୍ୱ। ଭାରତୀୟ ରାଜନୀତିରେ ଅଟଳବିହାରୀ ବାଜପେୟୀ ହେଉଛି ଏପରି ଏକ ନାମ ଯିଏ ନିଜର ବ୍ୟକ୍ତିତ୍ୱ ବଳରେ ବ୍ୟାପକ ସମର୍ଥନ ଓ ସମ୍ମାନ ହାସଲ କରିଥିଲେ। ତାଙ୍କୁ ଯେତେ ବଡ କଟୁ କଥା କହିଲେ ସେ ଜମା ବି ରାଗି ନଥାନ୍ତି। ଏହାର ଅର୍ଥ ନୁହେଁ ଯେ ଚୁପ ରହିଯାଆନ୍ତି, ଏମିତି ଉତ୍ତର ଦେଇଥାନ୍ତି ଯେ ସାମ୍ନା ଲୋକର ପାଟି ବନ୍ଦ କରିଦେଇଥାନ୍ତି। ତାଙ୍କ ବ୍ୟକ୍ତିତ୍ୱର ସେମିତି ଏକ ଘଟଣା ସଂପର୍କରେ ଜାଣିବା, ଯାହାକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଥିଲେ।
୧୬ ମାର୍ଚ୍ଚ ୧୯୯୯, ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାନ୍ତି ଅଟଳବିହାରୀ ବାଜପେୟୀ। ଭାରତ-ପାକିସ୍ତାନର ସମ୍ପର୍କ ସୁଧାରିବା ପାଇଁ ସେ ଦୁଇ ଦେଶ ମଧ୍ୟରେ ବସ୍ ସେବା ଆରମ୍ଭ କରିଥିଲେ। ଆଉ ଅଟଳଜୀ ନିଜେ ବସରେ ବସି ଅମୃତସରରୁ ଲାହୋର ଯାଇଥିଲେ।ସେଠାରେ ଗଭର୍ନର ହାଉସରେ ଏମିତି ଭାଷଣ ଦେଇଥିଲେ ଯେ ପାକିସ୍ତାନର ରାଜନେତା ମାନେ ତାଳି ନମାରି ରହିପାରିନଥିଲେ।
ଭାଷଣ ପରେ ଏକ ରୋଚକ ଘଟଣା ଘଟିଥିଲା। ପାକିସ୍ତାନର ଜଣେ ମହିଳା ସାମ୍ବାଦିକା ବାଜପେୟୀଙ୍କୁ କହିଥିଲେ ଆପଣ ଅବିବାହିତ ଅଛନ୍ତି। ମୁଁ ଆପଣଙ୍କ ବିବାହ କରିବାକୁ ଚାହୁଁଛି, ହେଲେ ମତେ ମୁହଁ ଦେଖାରେ କାଶ୍ମୀର ଦରକାର। ଆଉ କେହି ହେଇଥିଲେ ଏ ପ୍ରଶ୍ନକୁ ଏଡେଇ ଯାଇଥାନ୍ତେ, ହେଲେ ସେ ଥିଲେ ବାଜପେୟୀ, ଏହାର ଜବାବ ରଖିଥିଲେ। ଆଉ କହିଥିଲେ ମୁଁ ବିବାହ କରିବାକୁ ରାଜି ଅଛି, ହେଲେ ମୋତେ ଯୌତୁକରେ ପୂରା ପାକିସ୍ତାନ ଦରକାର। କଣ ଦେଇ ପାରିବେ ଆପଣ? ଏଭଳି ଉତ୍ତର ଶୁଣି ଚୁପ ହୋଇଯାଇଥିଲେ ମହିଳା ସାମ୍ବାଦିକା।
/sambad/media/post_attachments/wp-content/uploads/2018/08/vajpayee-1-1.jpg)
ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳବିହାରୀ ବାଜପେୟୀ, ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି। ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ବାଗ୍ମୀ, ସାମ୍ବାଦିକ ଓ ଲେଖକ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ନିଜକୁ ଗର୍ବିତ ଅନୁଭବ କରୁଥିଲେ ସେ। ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ ପାଦ ଥାପିଥିଲେ। ସେ କେବେ ବି ବିଚାରଧାରା ସହ ସାଲିସ କରିନଥିଲେ। ସେ ହେଉଛନ୍ତି ଦେଶର ଜଣେ ସାଲିସବିହୀନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା।
ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ଅଟଳ। ଆଜି ତାଙ୍କ ୯୭ ତମ ଜନ୍ମଜୟନ୍ତୀ। ତାଙ୍କ ବାପା ଥିଲେ ଶିକ୍ଷକ ଓ ମାଆ ସୁଗୃହିଣୀ। କିନ୍ତୁ ତାଙ୍କର ପ୍ରକୃତ ଘର ଥିଲା ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ବଟେଶ୍ୱରରେ। ତାଙ୍କର ରାଜନୈତିକ ଜନ୍ମସ୍ଥଳୀ ଥିଲା ଉତ୍ତରପ୍ରଦେଶ। ରାଜଧାନୀ ଲକ୍ଷ୍ନୌରୁ ସେ ଏମପି ଭାବେ ନିର୍ବାଚିତ ହୋଇଥିଲେ।
ରାଜନୀତିରେ ତାଙ୍କ ଭଳି ବ୍ୟକ୍ତିତ୍ୱ ଥିଲେ ବିରଳ। ରାଜନୀତିରେ ସଂଖ୍ୟା ବା ଯୋଡତୋଡରେ ବିଶ୍ୱାସ କରୁନଥିଲେ ଜନନାୟକ ଅଟଳବିହାରୀ ବାଜପେୟୀ। ଫଳରେ ମାତ୍ର ଗୋଟିଏ ଭୋଟ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ମାତ୍ର ୧୩ ଦିନର ସରକାର ଭାଙ୍ଗିଯାଇଥିଲା। ଆଉ ଶେଷରେ ତାଙ୍କୁ ବିରୋଧୀ ଦଳ ନେତାର ଦାୟିତ୍ୱ ନିଭାଇବାକୁ ପଡ଼ିଥିଲା। ପରେ ହୋଇଥିବା ନିର୍ବାଚନରେ ସେ ଦୁଇ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ। ସେ ଭାରତରତ୍ନ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ସେ ମୃତ୍ୟୁବରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/I-Need-Pakistan_Bajpayee-Said_Thumbnail.jpg)