ସୁଶାନ୍ତଙ୍କ ଠାରୁ ପ୍ରେରିତ ହୋଇ ବ୍ୟକ୍ତି ନିଜ ପତ୍ନୀଙ୍କ ପାଇଁ ଚନ୍ଦ୍ରରେ କିଣିଲେ ଜାଗା

ନୂଆଦିଲ୍ଲୀ: ବିବାହ ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଏପରି ଉପହାର ଦେବାକୁ ଚିନ୍ତା କରନ୍ତି, ଯାହା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ | ପାକିସ୍ତାନର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବିବାହ ପରେ ଏପରି ଉପହାର ଦେଇଛନ୍ତି ଯାହାକି ଚର୍ଚ୍ଚାରେ ରହିଛି। ସେ ତାଙ୍କ ପତ୍ନୀଙ୍କୁ ଚନ୍ଦ୍ରରେ ଜାଗା କିଣି ଉପହାର ଦେଇଛନ୍ତି।

ରାୱଲପିଣ୍ଡିରେ ସୋହେବ ଅହମ୍ମଦ ଓ ତାଙ୍କ ପତ୍ନୀ ବସବାସ କରନ୍ତି। ସୋହେବ ତାଙ୍କ ପତ୍ନୀଙ୍କ ପାଇଁ ବିବାହ ଉପହାର ଭାବରେ ଚନ୍ଦ୍ରରେ ଏକ ଏକର ଜମି କିଣିଛନ୍ତି।

ସୋହେବ ଏହି ଜମିକୁ ଆନ୍ତର୍ଜାତୀୟ ଚନ୍ଦ୍ର ଲ୍ୟାଣ୍ଡ ରେଜିଷ୍ଟ୍ରିରୁ ୪୫ ଡଲାରରେ କିଣିଛନ୍ତି। ତେବେ ଚନ୍ଦ୍ରରେ ଜମି କିଣିବା ପ୍ରସଙ୍ଗରେ ସେ କହନ୍ତି, ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସେ ଜଣେ ବଡ଼ ପ୍ରଶଂସକ। ତାଙ୍କ ଠାରୁ ଚନ୍ଦ୍ରରେ ଘର କିଣିବା ନେଇ ପ୍ରେରିତ ହୋଇଥିଲେ। କାରଣ ସୁଶାନ୍ତ ୨୦୧୮ ରେ ଚନ୍ଦ୍ରରେ ଜମି କିଣିଥିଲେ। | ସୁଶାନ୍ତଙ୍କ ବ୍ୟତୀତ ଟମ କ୍ରୁଜ ଏବଂ ଶାହାରୁଖ ଖାନ ମଧ୍ୟ ଚନ୍ଦ୍ରରେ ଜମି କିଣିଛନ୍ତି।

 

ସୋହେବ ଅହମ୍ମଦଙ୍କ ପତ୍ନୀ ମଦିହା କହିଛନ୍ତି ଯେ ଯେତେବେଳେ ସେ ସ୍ବାମୀଙ୍କ ଏହି ବିବାହ ଉପହାର ବିଷୟରେ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ ସେମାନେ ବିଶ୍ବାସ କରି ନଥିଲେ। ପ୍ରଥମେ ସମସ୍ତେ ଏହାକୁ ଏକ ଥଟ୍ଟା ବୋଲି ଭାବୁଥିଲେ। କିନ୍ତୁ ଯେତେବେଳେ ସେମାନଙ୍କୁ ଚିନ୍ଦ୍ରରେ ଜାଗା କିଣିବା ନେଇ ସେ ଦସ୍ତାବିଜ ଦେଖାଇଥିଲେ ତା’ପରେ ଯାଇ ସମସ୍ତେ ଏହାକୁ ବିଶ୍ବାସ କରିଥିଲେ।

ଏହାପୂର୍ବରୁ ଜଣେ ବ୍ୟବସାୟୀ ସୁଶାନ୍ତ ସିଂ ରାଜପୁତଙ୍କ ଠାରୁ ଅନୁପ୍ରାଣିତ ହୋଇ ଚନ୍ଦ୍ରରେ ଏକ ଏକର ଜମି କିଣିଥିଲେ।

ସମ୍ବନ୍ଧିତ ଖବର