ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପାକିସ୍ତାନୀ ଟ୍ରାଭେଲ ବ୍ଲଗର ଅବରାର ହସନ ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ ଭାରତ ଯାତ୍ରା ଶେଷ କରିଛନ୍ତି। ଏହି ଯାତ୍ରାକୁ ସେ ‘ଫ୍ରେଣ୍ଡସିପ ଟୁର’ ନାମ ଦେଇଥିଲେ।

Advertisment

ଅବରାର ତାଙ୍କ ବିଏମଡବ୍ଲ୍ୟୁ ଗାଡ଼ିରେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ମୁମ୍ବାଇ, କେରଳ ଭଳି ସହର ବୁଲିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଭାରତ ଯାତ୍ରାର ଭିଡିଓ ଓ ଫଟୋ ସେୟାର କରିଛନ୍ତି।

ଯାତ୍ରା ଆରମ୍ଭରେ ସେ ଲେଖିଥିଲେ, ‘ବର୍ଷ ପର୍ଯ୍ୟନ୍ତ ଭିସା ପ୍ରାପ୍ତ କରିବାର ଚେଷ୍ଟା ପରେ ଭାରତରେ ଆପଣଙ୍କ ସ୍ବାଗତ।

ଅବରାର ଯାତ୍ରା ଶେଷ ହେବାପରେ ମଇ ୧୪ରେ ଲେଖିଥିଲେ, ‘ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତରେ ଏମିତି ସୌନ୍ଦର୍ଯ୍ୟ ଭରି ରହିଛି। ଯାହାକୁ ମୁଁ ପ୍ରତିଦିନ ଉପଭୋଗ କରିଛି। ଏଥିସହିତ ସେଠାକାର ଲୋକମାନେ ବି ବହୁତ ସ୍ନେହୀ। ପରଦେଶ ଭଳି ମୋତେ ଆଦୌ ଲାଗିଲା ନାହିଁ। ପାକିସ୍ତାନ ଛାଡ଼ି ଯାଇଥିଲେ ବି ମୋତେ ଭାରତ ନିଜ ଦେଶ ଭଳି ଅନୁଭବ ହେଲା। କାରଣ ସେଠାକାର ଲୋକମାନେ ମୋତେ ପର ଭଳି ଅନୁଭବ ହେବାକୁ ଦେଲେ ନାହିଁ।’

ଅବରାର ୩୦ଦିନରେ ୭୦୦୦କିମି ପଥ ଯାତ୍ରା କରି ସାରିଛନ୍ତି। ଏହି ସମୟରେ ସ୍ଥାନେସ୍ଥାନେ ଲୋକେ ତାଙ୍କ ସ୍ବା ଗତ କରିବା ସହିତ ସେଲଫି ନେବାକୁ ଭିଡ଼ ମଧ୍ୟ କରିଥିଲେ।