ଯେବେ ଦ୍ବିତୀୟ ପତ୍ନୀଙ୍କୁ ଘରକୁ ନେଇ ଆସିଲେ ସ୍ବାମୀ, କାନ୍ଦି କାନ୍ଦି ନୟାନ୍ତ ହେଲେ ଏହି ୟୁଟ୍ୟୁବର୍‌

ଇସ୍‌ଲାମ୍‌ବାଦ୍‌: ସିତାରା ୟାସିନ୍‌ ଜଣେ ଜଣାଶୁଣା ପାକିସ୍ତାନୀ ୟୁଟ୍ୟୁବର୍‌। ଯିଏକି ନିଜ ଚ୍ୟାନେଲ୍‌ରେ ନିଜ ଜୀବନର ଏକ ଭାବପ୍ରବଣ କାହାଣୀକୁ ସେୟାର୍‌ କରିଛନ୍ତି। ଜାଣିବାକୁ ମିଳିଛି ‌ଯେ ସିତାରାଙ୍କ ସ୍ବାମୀ ୨ ଜଣଙ୍କୁ ବିବାହ କରିଛନ୍ତି। ସେ ତାଙ୍କର ଅନେକ ଭିଡିଓରେ ଏ ସଂପର୍କରେ କହିଛନ୍ତି। ସିତାରା ଅଧିକାଂଶ ସମୟରେ ସ୍ବାମୀଙ୍କ ଦ୍ବିତୀୟ ପତ୍ନୀଙ୍କ ସଂପର୍କରେ କହି ଭାବପ୍ରବଣ ହୋଇଥାନ୍ତି।

ଏକ ଭିଡିଓରେ ସେ ଏକଥା ବି କହିଛନ୍ତି ଯେ ଦ୍ବିତୀୟ ପତ୍ନୀ ଘରକୁ ଆସିବା ପରେ ତାଙ୍କୁ କ’ଣ ସବୁ ଅସୁବିଧା ହେଉଛି। ସେ ସେୟ‌ାର କରିଥିବା ଭିଡିଓ ଆରମ୍ଭରୁ ପ୍ରଥମେ ଲୋକ କହୁଥିବା କଥା ସଂପର୍କରେ କହିଛନ୍ତି। କିପରି ଲୋକ ତାଙ୍କୁ କହନ୍ତି କି ତମ ସ୍ବାମୀ କେବଳ ତମର ନୁ‌ହେଁ ବୋଲି ସେ ସଂପର୍କରେ ସେ କହିଛନ୍ତି।

ଏହି ଭିଡିଓରେ ସେ ଖୁବ୍ ଭାବପ୍ରବଣ ଦିଶୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସିତାରାଙ୍କ ସ୍ବାମୀଙ୍କ ବୟସ ତାଙ୍କଠାରୁ ଯଥେଷ୍ଟ ଅଧିକ ଜଣାପଡୁଛି। ସିତାରାଙ୍କ ଭିଡିଓକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଛନ୍ତି। ନିଜ ପାରିବାରିକ କାହାଣୀ କହିଥିବା ଅନେକ ଭିଡିଓ ସିତାରାଙ୍କର ଭାଇରାଲ୍‌ ହୋଇସାରିଛି।

ଏକ ଭିଡିଓରେ ସେ ଏକଥା ବି କହୁଛନ୍ତି ଯେ ତାଙ୍କ ସ୍ବାମୀ ନିଜର ଦ୍ବିତୀୟ ପତ୍ନୀଙ୍କୁ ନିଜ ଘରକୁ ଆଣିଛନ୍ତି ରହିବା ପାଇଁ। ଯେଉଁ କାରଣରୁ ତାଙ୍କ ପାଇଁ ସମସ୍ୟା ଖୁବ୍ ଅଧିକ ବଢ଼ିଯାଇଛି। ସିତରା କହିଛନ୍ତି କି ଗୋଟାଏ ଘରେ ସାଙ୍ଗ ହୋଇ ରହିବା ତାଙ୍କ ପାଇଁ ଖୁବ୍‌ ମୁସ୍‌କିଲ୍‌ ହୋଇପଡ଼ିଲା। ୮ ଲକ୍ଷ ସବ୍‌ସ୍କ୍ରାଇବର୍‌ରେ ସିତାରା ତାଙ୍କର ଏହି କାହାଣୀ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର