ସ୍ୱାମୀଙ୍କୁ ବୁର୍ଖା ପିନ୍ଧାଇ ଡିନର୍ ଡେଟ୍ରେ ନେଲେ ମହିଳା, ଏହା ହେଉଛି କାରଣ
ଇସ୍ଲାମବାଦ୍: ପକିସ୍ତାନର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଡିନର୍ ଡେଟ୍ ଯିବା ସମୟରେ ଲିଙ୍ଗଗତ ସମାନତା ବାର୍ତ୍ତା ଦେବା ଉଦେଶ୍ୟରେ ସ୍ୱାମୀଙ୍କୁ ବୁର୍ଖା ପିନ୍ଧାଇ ବାହାରକୁ ନେବା ଘଟଣା ଏବେ ଇଣ୍ଟର୍ନେଟ୍ରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋରେ ଦେଖିବାକୁ ମିଳିଛି ଯେ ପତି ମୁହଁରେ ବୁଖା ପିନ୍ଧି ବସିଥିବା ବେଳେ ମହିଳା ଜଣକ ସେଲ୍ଫି ନେଇଛନ୍ତି। ସେ ଏହି ଫଟୋଟିକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିବା ପରେ ଏହି ଫଟୋରେ ଅନେକ ଜଣ କମେଣ୍ଟ୍ ଲାଇକ୍ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଫଟୋ ଦେଇ ସମସ୍ତକୁ ସମାନ ବ୍ୟବହାର ଦେଖାଇ ମାନବିକତାର ପରିଚୟ ଦେବା ଉପରେ ନିଜର ମତ ରଖିଛନ୍ତି। ଜଣେ ମହିଳା ଯଦି ବୁର୍ଖା ପରିଧାନ କରିବାରେ ସଂଯମ କରନ୍ତି ନାହିଁ ତେବେ ଏ କ୍ଷେତ୍ରରେ ମଧ୍ୟ ପୁୁରୁଷମାନେ ସମାନ ବୋଲି ବାର୍ତ୍ତା ଦେଇଛନ୍ତି ଉଭୟ ପତି-ପତ୍ନୀ। ସେମାନଙ୍କର ଏହି ଉଚ୍ଚ ଚିନ୍ତାଧାରା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।