ଇଉରୋପୀୟ ଏବ˚ ଆମେରିକାନ୍ମାନେ ବହୁଳ ଭାବେ ପାନାମା ହ୍ୟାଟ୍ ବା ପାନାମା ଟୋପି ବ୍ୟବହାର କରନ୍ତି। ଏହା ବେଶ୍ ହାଲୁକା ଏବ˚ ଆରାମଦାୟକ ହେଇଥିବାରୁ ଏହାର ଚାହିଦା ଅଧିକ। ନାଁରୁ ଲାଗେ, ପାନାମାରେ ଏହାର ଉତ୍ପତ୍ତି ହୋଇଥିବ! କିନ୍ତୁ, ଏହା ଭ୍ରମାତ୍ମକ। ପାନାମା ଟୋପି ପ୍ରକୃତରେ ଇକ୍ବାଡୋର୍ରେ ତିଆରି ହୁଏ।
କେଉଁ ପୁରୁଣା କାଳରୁ ଇକ୍ବାଡୋର୍ର ଟୋପି-କାରିଗରମାନେ ଟୋକିଲା ତୃଣରୁ ଏହା ତିଆରି କରିଆସୁଛନ୍ତି। ବିଷୁବ ମଣ୍ତଳୀୟ ସୌର-ତାପରୁ ମଥାକୁ ଥଣ୍ତା ରଖୁଥିବା ଏହି ଟୋପି, ପାନାମାର ବିଭିନ୍ନ ବନ୍ଦର ଦେଇ ଇଉରୋପ୍ ଏବ˚ ଆମେରିକାକୁ ଯାଉଥିବାରୁ, ଏହା ‘ପାନାମା ହ୍ୟାଟ୍’ ଭାବେ ନାମିତ। ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟେଡି ରୁଜଭେଲ୍ଟ ଥରେ ଏହାକୁ ଏକ ସରକାରୀ ଗସ୍ତରେ ପିନ୍ଧିବା ପରେ, ଏହାର ଲୋକପ୍ରିୟତା ବଢ଼ିଥିଲା ଏବ˚ ଫେସନ୍-ପ୍ରିୟ ଲୋକେ ଏହାକୁ ଏକ ଫେସନ୍ ସାମଗ୍ରୀ ଭାବେ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Panama-Hat-ff.jpg)