ମଝି ଆକାଶରେ ଅସୁସ୍ଥ ଯାତ୍ରୀଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଲେ ଡାକ୍ତରାଣୀ, ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: କେତେବେଳେ ଓ କେଉଁଠି ମଣିଷ ଶରୀର ଅସୁସ୍ଥ ହୋଇଯିବ, ତାହା କେହି ବି ଜାଣି ନଥାଆନ୍ତି। ଏମିତି ମୁହୂର୍ତ୍ତରେ ଡାକ୍ତରଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ନିକଟରେ ଏୟାର ଇଣ୍ଡିଆ କନ୍ନାଡା ବିମାନରେ ଜଣେ ଯାତ୍ରୀଙ୍କ ସହିତ ଏମିିତି ଏକ ଘଟଣା ଘଟିଥିଲା। ଆଉ ଏହି ଯାତ୍ରୀଙ୍କ ପାଖରେ ଦେବଦୂତ ସାଜି ପଞ୍ଚକୁଲା ଡାକ୍ତରାଣୀ ପାୟଲ୍‌ ପୁରୀ ଶର୍ମା।

ଟୋରୋଣ୍ଟୋରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀଙ୍କ ଶରୀର ହଠାତ୍‌ ମିଝି ଆକାଶରେ ଖରାପ ହୋଇଯାଇଥିଲା। ଯାତ୍ରୀଙ୍କୁ ସେତେବେଳେ ତତ୍କାଳ ମେଡିକାଲ ଚିକିତ୍ସା ଦରକାର ଥିଲା। ଏହି ସମୟରେ ଡକ୍ଟରାଣୀ ପାୟଲ୍‌ ପୁରୀ ଶର୍ମା ଦେବଦୂତ ସାଜି ପହଞ୍ଚି ଉକ୍ତ ଯାତ୍ରୀଙ୍କ ଜୀବନକୁ ବିପଦ ମୁଖରୁ ବଞ୍ଚାଇଥିଲେ।

ପାୟଲ୍‌ ପୁରୀ ଶର୍ମା ପଞ୍ଚକୁଲାରେ ବସବାସ କରନ୍ତି। ସେ ସେକ୍ଟର ୬ରେ ଥିବା ସିଭିଲ୍‌ ହସ୍‌ପିଟାଲ୍‌ରେ ଜେନେରାଲ ଫିଜିସିଅନ୍‌ ଅଛନ୍ତି। ଟୋରୋଣ୍ଟୋରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ପାୟଲ ବସିଥିଲେ। ତାଙ୍କ ଆଖି ଟିକେ ଲାଗି ଆସିଥିବା ସମୟରେ ଜଣେ ଯାତ୍ରୀଙ୍କ ଶରୀର ଅସୁସ୍ଥ ହୋଇଥିବା ସେ ଜାଣିବାକୁ ପାଇଥିଲେ। ପାୟଲ୍‌ ଉକ୍ତ ଯାତ୍ରୀଙ୍କ ଡାକ ଶୁଣି ତାଙ୍କ ପାଖରେ ପହଞ୍ଚିବା ପରେ କେବିନ୍‌ କ୍ର୍ୟୁ ତାଙ୍କୁ ସାହାଯ୍ୟ ମାଗିଥିଲେ।

ପାୟଲ୍‌ କହନ୍ତି, ‘ମୁଁ ବିମାନର ପଛ ସିଟିରେ ବସିଥିଲି। ଅଧା ଚେତା ଥିବା ଅବସ୍ଥା ଉକ୍ତ ଯାତ୍ରୀ ଜଣକ ଜୋର୍‌ଜୋର୍‌ରେ ନିଶ୍ୱାସ ନେବାକୁ ଲାଗିଥିଲେ। ମୁଁ ତୁରନ୍ତ ତାଙ୍କୁ ବିଜନେସ୍‌ କ୍ଲାସ୍‌କୁ ସ୍ଥାନାନ୍ତର କରିବାକୁ କ୍ରିୟୁ ସଦସ୍ୟଙ୍କୁ କହିଥିଲି। କାରଣ ଯାତ୍ରୀଙ୍କୁ ଯେଭଳି ସ୍ୱଭାବିକ ଅନୁଭବ ହେବ ସେ ବ୍ୟବସ୍ଥା କରିଥିଲି। କେବିନ୍‌ କ୍ର୍ୟୁଙ୍କୁ ବିମାନରେ ଥିବା କ୍ରାସ୍‌ କାର୍ଟ କିଟ୍‌ ଆଣି ଯାତ୍ରୀଙ୍କ ରକ୍ତଚାପ ପରୀକ୍ଷା କରିବାକୁ କହିଥିଲି। ଏହାପରେ ତାଙ୍କ ପତ୍ନୀଙ୍କୁ ମେଡିସିନ୍‌ ଓ ମେଡିକାଲ ପ୍ରେସ୍‌କ୍ରିପସନ୍‌ ବିଷୟରେ ପଚାରିବାରୁ ସେ କହିଥିଲେ, ଯାତ୍ରା କରିବା ପୂର୍ବରୁ ତାଙ୍କର ମେଡିସିନ୍‌ ଶେଷ ହୋଇଯାଇଥିଲା। ଟୋରୋଣ୍ଟୋରେ ଏହି ଔଷଧ ଉପଲବ୍ଧ ନଥିବାରୁ ସେ କ୍ରୟ କରି ପାରି ନଥିଲେ ବୋଲି କହିଥିଲେ।’

ଏହାପରେ ସମୟ ବିଳମ୍ବ ନକପରି ପାୟଲ ଉକ୍ତ ଯାତ୍ରୀଙ୍କ ଶରୀରରେ କାଡିଓ ମାସାଜ୍‌ ଆରମ୍ଭ କରି ଦେଇଥିଲେ। ଏୟାରହଷ୍ଟେସ୍‌ ଜୁରୁରୀକାଳୀନ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ଆଣିଥିଲେ। ଏହା ଯାତ୍ରୀଙ୍କୁ ନିଶ୍ୱାସରେ ଅମ୍ଳଜାନ ନେବାରେ ସହାୟକ ହୋଇଥାଏ। ଏହାପରେ ଉକ୍ତ ଯାତ୍ରୀଙ୍କୁ ପାଏଲ୍‌ ଆବଶ୍ୟକୀୟ କିଛି ଔଷଧ ଖାଇବାକୁ ଦେଇଥିଲେ। ପ୍ରାୟ ଅଧାଘଣ୍ଟା ପରେ ଆଉ ଏକ ଡୋଜ୍‌ ଦେବା ପରେ ବ୍ୟକ୍ତିଙ୍କ ରକ୍ତଚାପ ସାମାନ୍ୟସ୍ତରକୁ ଆସିଥିଲା।

ପାୟଲଙ୍କ ଏହି ନିସ୍ୱାର୍ଥପର କାର୍ଯ୍ୟ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା। ଏଥିସହିତ ଡାକ୍ତର ଜିମ୍‌ ଚୁଙ୍ଗ, ମୁଖ୍ୟ ଚିକିତ୍ସାଅଧିକାରୀ,ଏୟାର କନ୍ନାଡା ପକ୍ଷରୁ ପାୟଲ୍‌ଙ୍କୁ ଧନ୍ୟବାଦ ପତ୍ର ମିଳିଥିଲା। ଏୟାରଲାଇନ୍‌ ପାୟଲ୍‌ଙ୍କୁ ଏକ ଭାଉଚର ମଧ୍ୟ ପଦାନ କରିଛି। ଭବିଷ୍ୟତରେ ଯେବେ ସେ ବିମାନ ଯାତ୍ରା କରିବେ ନିର୍ଦ୍ଧାରିତ ଟିକେଟ ମୂଲ୍ୟରୁ ୩୦ ପ୍ରତିଶତ ଛାଡ଼ ମିଳିବ ପାୟଲ୍‌ଙ୍କୁ ମିଳିବ।

ସମ୍ବନ୍ଧିତ ଖବର