କାମ ପରିବା ବିକିବା ହେଲେ ଷ୍ଟାଇଲ ପୂରା ବଲିଉଡ ହିରୋ ସଲମାନ ଖାନଙ୍କ ଭଳି !

ନୂଆଦିଲ୍ଲୀ: ମୁଣ୍ଡରେ ପଗଡି, ହାତରେ ଘଡି ଆଉ ଆଖିରେ କଳା ଚଷମା । ଏଭଳି ହିରୋ ଲୁକରେ ରାସ୍ତା ଉପରେ ଡ୍ୟାନ୍ସ କରୁଛନ୍ତି ଜଣେ ପରିବା ବେପାରୀ । କେବଳ ଡ୍ୟାନ୍ସ ନୁହେଁ ଡ୍ୟାନ୍ସ କରିବା ସହ ଏହି ବ୍ୟକ୍ତିଜଣକ ପରିବା ମଧ୍ୟ ବିକୁଛନ୍ତି । କାମ ପରିବା ବିକିବା ହେଲେ ଷ୍ଟାଇଲ ପୂରା ବଲିଉଡ ହିରୋ ସଲମାନ ଖାନଙ୍କ ଭଳି । ସେଥିପାଇଁ ତ ଲୋକମାନେ ତାଙ୍କୁ ପାଣ୍ଡେଜୀ ବୋଲି ଡାକନ୍ତି । ଆଉ ପାଣ୍ଡେଜୀଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ବ୍ୟକ୍ତିଜଣକ ହେଉଛନ୍ତି ରିତେଶ ପାଣ୍ଡେ । ଘର ଝାଡ଼ଖଣ୍ଡ ଧନବାଦ ଜିଲ୍ଲାର ହିରାପୁର ଡିଏମ କଲୋନୀରେ । ରିତେଶ ପାଣ୍ଡେଙ୍କ କାମ ଠେଲା ଗାଡିରେ ବିଭିନ୍ନ ସ୍ଥାନ ବୁଲି ପରିବା ବିକିବା । ଆଉ ପରିବା ବିକିବା ବେଳେ ତାଙ୍କର ଏହି ଚୁଲବୁଲ ପାଣ୍ଡେ ଷ୍ଟାଇଲର ଡ୍ୟାନ୍ସ ଲୋକଙ୍କ ମନକୁ ବେଶ ଛୁଇଁଥାଏ । ସେଥିପାଇଁ ତାଙ୍କ ଗୀତର ଶବ୍ଦ ଶୁଣି ଲୋକମାନେ ଘର ଭିତରୁ ଚାଲିଆସନ୍ତି ପାଣ୍ଡେଜୀଙ୍କଠାରୁ ପରିବା କିଣିିବା ପାଇଁ ।

Pandey Ji Sabzi Wala
India.com

ରିତେଶ ପାଣ୍ଡେ ସକାଳୁ ରାତି ୧୦ଟା ଯାଏଁ ରାସ୍ତାରେ ବୁଲି ବୁଲି ପରିବା ବିକନ୍ତି । ପରିବା ବିକିବା ବେଳେ ତାଙ୍କ ଡ୍ୟାନ୍ସ ପାଇଁ ସେ ଏକ ମ୍ୟୁଜିକ ସିଷ୍ଟମ ମଧ୍ୟ ଲଗାଇଛନ୍ତି । ତାଙ୍କ ମ୍ୟୁଜିକ ସିଷ୍ଟମରେ ସେ ହିନ୍ଦୀ ଗୀତ ଲଗାଇ ଲୋକଙ୍କ ମନୋରଞ୍ଜନ କରନ୍ତି । ଆଉ ଏହି ସବୁ ଗୀତର ତାଳେ ତାଳେ ସେ ଡ୍ୟାନ୍ସ କରନ୍ତି । କେବଳ ସେତିକି ନୁହେଁ ସେ ତାଙ୍କର ଏକ ସ୍ପେଶାଲ ଗୀତ ମଧ୍ୟ ରେକଡିଂ କରିଛନ୍ତି । ଯେଉଁଥିରେ ସେ ଗୀତ ମାଧ୍ୟମରେ ଲୋକମାନଙ୍କୁ ପରିବା ନେବାକୁ କହିଥାନ୍ତି ।

ପାଣ୍ଡେଜୀ ତାଙ୍କ ଡ୍ୟାନ୍ସ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ । ଏଭଳି ଡ୍ୟାନ୍ସ କରି ପରିବା ବିକି ସେ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଆଉ ଲୋକମାନେ ବି ତାଙ୍କଠାରୁ ପରିବା କିଣିବା ପାଇଁ ଅନେଇ ବସିଥାନ୍ତି । ଲୋକମାନେ କହନ୍ତି ବଜାର ଅପେକ୍ଷା ତାଙ୍କ ପରିବା ଦାମ କମ ରୁହେ ଆଉ ସତେଜ ବି ରୁହେ । ଆଉ ତାଙ୍କର ଗଜବ ଡ୍ୟାନ୍ସ ଷ୍ଟାଇଲରେ ଆକର୍ଷିତ ହୋଇ ଲୋକମାନେ ତାଙ୍କଠାରୁ ପରିବା କିଣିଥାନ୍ତି ।

ସମ୍ବନ୍ଧିତ ଖବର