‌ସୋସିଆଲ ମିଡ଼ିଆରେ ପ୍ରାୟତଃ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହୋଇଥାଏ। ଏବେ ଏକ ନିଆରା ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଦେଖି ୟୁଜର ବିବାହ କରୁଥିବା ବରକନ୍ୟାଙ୍କ ବଦଳରେ ବିବାହ କରାଉଥିବା ପଣ୍ଡିତ ତାରିଫ୍ କରିବାରେ ଲାଗିଛନ୍ତି।
ଭିଡ଼ିଓରେ ପଣ୍ଡିତ ଜଣଙ୍କ ମନ୍ତ୍ର ବଦଳରେ ହିନ୍ଦୀ ଫିଲ୍ମ ଗୀତ ଗାନ କରୁଥିବାର ଦେଖିବାକୁ ମିଳୁଛି।

Advertisment

ବରକନ୍ୟାଙ୍କ ସାତଫେରା ସମୟରେ ପଣ୍ଡିତ ଏଭଳି କରୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହା ସହିତ ମଝିରେ ମଝିରେ ସେ ଶେର ଶାୟରୀ ମଧ୍ୟ କରୁଛନ୍ତି। ସାତଫେରାରେ ମନ୍ତ୍ର ବଦଳରେ ପଣ୍ଡିତ ଗାଇଲେ ଗୀତ ‘ପ୍ୟାର ହୋତା‌ ହୈ ଦିୱାନା ସନମ’ଗାନ କରି କରି ବରକନ୍ୟାଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଉଛନ୍ତି।

ଏହା ସହିତ ପଣ୍ଡିତ ମହାଶୟ ‘ଆଖିୟାଁ ମିଲାଉଁ କଭି ଚୁରାଉଁ’ଗୀନ ମଧ୍ୟ ଗାନ କରୁଛନ୍ତି। ଏସବୁକୁ ବିବାହରେ ଯୋଗଦେବାକୁ ଆସିଥିବା ଅତିଥିମାନେ ଆଗ୍ରହର ସହିତ ଉପଭୋଗ କରୁଥିବାର ଦେଖିବାକୁ ମିଳୁଛି। କେତେକ ଲୋକ ପଣ୍ଡିତଙ୍କ ଏଭଳି ନିଆରା କାର୍ଯ୍ୟର ଭିଡ଼ିଓ ମଧ୍ୟ କରୁଥିବାର ଭିଡ଼ିଓରେ ଦେଖାଯାଉଛି।

ସୋସିଆଲ ମିଡ଼ିଆରେ @ChapraZila ନାମକ ଜଣେ ୟୁଜର ଏହାକୁ ଶେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଏଭଳି ପଣ୍ଡିତ ଥିଲେ ବିବାହର ରାତି ବିତିବା ସହଜ ହେବ। ସଭିଏଁ ଏହାର ଆନନ୍ଦ ନେବେ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମୁଁ ପଣ୍ଡିତଜୀଙ୍କ ସହ ଆପଏଣ୍ଟମେଣ୍ଟ୍ ବୁକ୍ କରି ଦେଇଛି।

ଅପରପକ୍ଷରେ କେତେକ ୟୁଜର ପଣ୍ଡିତ ହିନ୍ଦୁ ଧାର୍ମିକ ବିବାହକୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ପଣ୍ଡିତ ମହାଶୟ ଶାସ୍ତ୍ର ଏବଂ ମନ୍ତ୍ରର ଅପମାନ କରିଥିବା ଅନ୍ୟ ଜଣେ ୟୁଜର ଲେଖିଛନ୍ତି। ତେବେ ଏହି ଭିଡ଼ିଓ କେଉଁଠିକାର ଏବଂ ଭଡ଼ିଓରେ ଏଭଳି କାର୍ଯ୍ୟ କରୁଥିବା ପଣ୍ଡିତ ଜଣଙ୍କ କିଏ ସେ ନେଇ କୌଣସି ସୂଚନା ମିଳି ପାରିନାହିଁ।