୨୦୦ ଗ୍ରାମ୍ ବାଦାମ ମଞ୍ଜି ନେଇ ଶୁଖିଲା କରେଇରେ ଅଳ୍ପ ଆଞ୍ଚରେ ଭାଜିଦିଅନ୍ତୁ। ଥଣ୍ଡା ହେଲେ ଚୋପା ଛଡ଼େଇ ଗ୍ରାଇଣ୍ଡରରେ ନେଇ ସେମିତି ଶୁଖିଲା ଗ୍ରାଇଣ୍ଡ କରନ୍ତୁ। ଦେଖିବେ ଦୁଇ ତିନି ମିନିଟ୍ ପରେ ମିଶ୍ରଣଟି ଟିକେ ଅଠାଳିଆ ଲାଗିବ। ଏହି ସମୟରେ ଗୋଟେ ଛୋଟ ଚାମଚ ଲୁଣ, ଦୁଇ ଚାମଚ ମହୁ, ଛ’ ସାତଟି ଖଜୁରି କୋଳି ନେଇପାରିବେ ବା ମହୁର ପରିମାଣ ବଢ଼ାଇପାରିବେ।
ଗୋଟେ ବଡ଼ ଚାମଚ ଭଲ ବାଦାମ ତେଲ ବା ଗୁଆଘିଅ ମିଶେଇ ଆଉଥରେ ଭଲକରି ଗ୍ରାଇଣ୍ଡ କରିଦିଅନ୍ତୁ। ବାସ୍ ଅତି ସହଜରେ ପ୍ରସ୍ତୁତ ହୋଇଯିବ ପିନଟ୍ ବଟର୍। ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରିହେବ। ସ୍ୟାଣ୍ଡଉଇଚ୍ ପ୍ରସ୍ତୁତିରେ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ, ପିଲାଙ୍କୁ ଭଲ ଲାଗିବ।