ସ୍ପେନରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ କଏଦୀଙ୍କୁ ୩ ଜଣ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟବଚ୍ଛେଦ ଟେବୁଲ୍ ଉପରେ ବ୍ୟକ୍ତି ଜଣକ ନିଶ୍ୱାସ ନେବା ସହ ଶରୀର ଏପଟ ସେପଟ କରିଥିଲେ। ବ୍ୟକ୍ତି ଜଣକଙ୍କ ନାମ ଗୋଞ୍ଜାଲୋ ମୋଣ୍ଟୋୟା ଜିମେଞ୍ଜ। ଏ ସଂପର୍କରେ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ ଏହା ଏକ ବିରଳ ଘଟଣା। ଡାକ୍ତରମାନେ ବ୍ୟବଚ୍ଛେଦ ଟେବୁଲ୍ରେ ଶରୀରକୁ ଥୋଇବା ପରେ ନିଶ୍ୱାସ ଶବ୍ଦ ଶୁଣିବାକୁ ମିଳିଥିଲା। ବ୍ୟକ୍ତି ଜଣକ ପାଟି ଖୋଲି ପ୍ରଥମେ ନିଜ ପତ୍ନୀଙ୍କୁ ଦେଖିବାକୁ କହିଥିଲେ।
/sambad/media/post_attachments/wp-content/uploads/2018/01/autopsy-generic-650-istock_650x400_81515491670-300x185.jpg)
କଏଦୀ ଜଣକ ସକାଳ ରୋଲ୍ କଲ୍ରେ ଅନୁପସ୍ଥିତ ଥିବାରୁ ସେ ସୁସ୍ଥ କି ଅସୁସ୍ଥ ଦେଖିବା ପାଇଁ ଜେଲ୍ କର୍ତ୍ତୃପକ୍ଷ ତାଙ୍କ ନିକଟକୁ ଦେଖିବାକୁ ଯାଇଥିଲେ। ସେଠାକୁ ଯାଇ ଦେଖିଲା ବେଳକୁ ସେ ତଳେ ଶୋଇ ରହିଥିଲେ। ଡାକ୍ତରମାନେ ତାଙ୍କୁ ଦେଖିବା ପରେ ସକାଳ ପ୍ରାୟ ୮ଟା ବେଳେ ତାଙ୍କୁ ମୃତ ଘୋଷଣା କରିଥିଲେ। ପର ମୁହୂର୍ତ୍ତରେ ତାଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ କୋଠରୀକୁ ନିଆଯାଇଥିଲା। ସେଠାରେ ସେ ଜୀବିତ ଥିବା ଜାଣିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/08d96de45f129741b718cc691f1f3cbb.jpg)
