ଏହି ଖଣିରେ ମହିଳା କର୍ମଚାରୀଙ୍କୁ ୧୦ ମିନିଟରୁ ଅଧିକ ସମୟ ପାଇଁ ଶୌଚାଳୟକୁ ଯିବାର ଅନୁମତି ନାହିଁ!

ମସ୍କୋ: ରୁଷର ପନ୍ନା ଖଣିରେ କାମ କରୁଥିବା ମହିଳାମାନଙ୍କୁ ସେମାନଙ୍କର ପୋଷାକ ଖୋଲି ପୁରୁଷ କର୍ମଚାରୀ ଯାଞ୍ଚ କରନ୍ତି । ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ କହିବା ଅନୁଯାୟୀ କାଳେ କେହି ଉକ୍ତ ଖଣିରୁ ମୂଲ୍ୟବାନ୍‌ ଅଳଙ୍କାର ଚୋରି କରିନେବ । ଏଠାରେ ଯାଞ୍ଚ ସମୟରେ ମହିଳାମାନଙ୍କର କପଡ଼ା ଖୋଲାଯାଇ ସେମାନଙ୍କୁ ଥଣ୍ଡା ଜାଗାରେ ଠିଆ ହେବାକୁ କୁହାଯାଇଥାଏ । ସେହି ସମୟରେ ପୁରୁଷ କର୍ମଚାରୀମାନେ ମହିଳାମାନଙ୍କର  ଅଙ୍ଗରେ ମଧ୍ୟ ହାତ ମାରନ୍ତି ।

 

ଖାଲି ସେତିକି ନୁହେଁ ସେମାନଙ୍କୁ ଅଶ୍ଳୀଳ ପ୍ରଶ୍ନ ମଧ୍ୟ ପଚାରିଥାନ୍ତି ପୁରୁଷମାନେ । ଯେଉଁମାନେ ଏଥିପାଇଁ ଅରାଜି ହୁଅନ୍ତି ,ସେମାନଙ୍କୁ ଗାଇନୋକୋଲୋଜିକାଲ୍‌ ପରୀକ୍ଷଣ ଚେଆର୍‌ରେ ବସାଇ ଦିଆଯିବାର ଧମକ ମଧ୍ୟ ଦିଆଯାଇଥାଏ । ମହିଳା କର୍ମଚାରୀମାନେ କର୍ମଚାରୀ ୟୁନିଅନକୁ ଏହି ଅଭିଯୋଗ କରିବାପରେ ବି କିଛି ଲାଭ ପାଇନାହାନ୍ତି । ଠିକ୍‌ ସେମାନେ ମିଡିଆ ଆଗରେ ମଧ୍ୟ ଏକଥା କହିଛନ୍ତି । ଏହି ପରମ୍ପରା ସେଠାରେ ୨୦୦୬ ମସିହାରୁ ଚାଲିଥିବା ଅଭିଯୋଗ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟଯେ ଏହି ଖଣିରେ କୌଣସି ମହିଳା କର୍ମଚାରୀଙ୍କୁ ୧୦ ମିନିଟରୁ ଅଧିକ ସମୟ ପାଇଁ ଶୌଚାଳୟକୁ ଯିବାର ଅନୁମତି ନାହିଁ। ଯେଉଁମାନେ ଏହାର ଉଲ୍ଲଂଘନ କରିଥାନ୍ତି ,ସେମାନଙ୍କୁ ଏଭଳି ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ସମ୍ବନ୍ଧିତ ଖବର