ପନ୍ନା: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଉତ୍ତର ବନ ବିଭାଗ ଅନ୍ତର୍ଗତ ପାନାରି ଗ୍ରାମରେ ଥିବା ଏକ ଜଙ୍ଗଲରୁ ଜଣେ ଯୁବକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଆସିଛନ୍ତି।
ସୂଚନାଯୋଗ୍ୟ, ପାନାରି ଗ୍ରାମର ବାସିନ୍ଦା ରେଭେନ୍ଦ୍ର ସିଂହ । ବୟସ ୨୮ବର୍ଷ ପାଖାପାଖି ହେବ। ରେଭେନ୍ଦ୍ର ତାଙ୍କ ଜୀବିକା ପାଇଁ କାଠ ସଂଗ୍ରହ କରିବାକୁ ପ୍ରତିଦିନ ଜଙ୍ଗଲକୁ ଯାଇଥାଆନ୍ତି। ନିକଟରେ ସେ ଜଙ୍ଗଲକୁ ଯାଇଥିବା ବେଳେ ମୃତ୍ୟୁର ସାମ୍ନା କରିଥିଲେ କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ମୃତ୍ୟୁମୁଖରୁ ଫେରି ଆସିଛନ୍ତି।
ରେଭେନ୍ଦ୍ରା ସେ ଭୟାବହ ଘଟଣାକୁ ମନେ ପକାଇ କହିଛନ୍ତି, “ଏଭଳି ଭୟଙ୍କର ଦୃଶ୍ୟ ମୁଁ କେବେ ଦେଖି ନଥିଲି। ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହଠାତ ଏକ ବୁଦା ଭିତରୁ ଭୟଙ୍କର ଶବ୍ଦ କରି ବାଘଟି ମୋ ପାଖକୁ ଧାଇଁ ଆସିଥିଲା। ମୁଁ କ’ଣ କରିବି କିଛି ବୁଝିବିଚାରି ନପାରି ପାଖରେ ଥିବା ଏକ ଗଛ ଉପରକୁ ଚଢ଼ିଯାଇଥିଲା। ସାହାସ ଜୁଟାଇ ମୁଁ ମୋ ମୋବାଇଲ୍ ଫୋନରେ ବାଘର ଏକ ଭିଡିଓ ରେକର୍ଡ କରି ଘରକୁ ହ୍ବାଟସ ଆପରେ ପଠାଇ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲି।
ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଗଛରେ ଉପରେ ମୁଁ ସେମିତି ଫସି ରହିଥିଲି। ସୂଚନା ପାଇବା ପରେ ମୋ ଭାଇ ରାଜେନ୍ଦ୍ର ସିଂହ ଏବଂ ୧୦-୧୨ ଜଣ ଗାଁ ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ବାଘକୁ ଘଉଡ଼ାଇବା ପରେ ମୁଁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆସିଥିଲି।
ଗତ ସପ୍ତାହରେ ଗୋଟିଏ ବାଘ ମୋର ଦୁଇଟି ଛେଳିକୁ ମାରି ଦେଇଥିଲା। ଜଙ୍ଗଲରେ ବାଘଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ବାଘଟି ମୋତେ ଦୁଇଥର ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଗଛର ଉଚ୍ଚତା ଅଧିକ ଥିବାରୁ ମୋ ଜୀବନ ରକ୍ଷା ପାଇଯାଇଛି। ଏହି ଘଟଣାପରେ ଆଖପାଖ ଗ୍ରାମଗୁଡ଼ିକରେ ଭୟର ବାତାବରଣ ଖେଳିଯାଇଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/18/new-project-24-1-2025-09-18-17-08-46.jpg)