ହାୱାଇର ସବୁଜ ବେଳାଭୂମି

ହାୱାଇ ଦ୍ବୀପ ଅନ୍ତର୍ଗତ କାଉ ଜିଲ୍ଲାରେ ରହିଛି ପାପାକଲିଆ ବେଳାଭୂମି। ବିଶ୍ବର ମୋଟ ଚାରିଟି ସବୁଜ ବେଳାଭୂମି ମଧୢରୁ ଏହା ଅନ୍ୟତମ। ଗୁଆମ୍‌, ଫ୍ଲୋରିଆନା ଏବ˚ ଗାଲାପାଗୋସ୍‌ରେ ଅନ୍ୟ ସବୁଜ ବେଳାଭୂମିଗୁଡ଼ିକ ଅବସ୍ଥିତ। ଏହା ପ୍ରାୟ ଅଣଚାଶ ହଜାର ବର୍ଷ ତଳେ ଆବିଷ୍କୃତ ହୋଇଥିଲା। ପାଞ୍ଚ କିଲୋମିଟର‌୍‌ ବ୍ୟାପି ଏହି ବେଳାଭୂମି ପ୍ରସାରିତ। ବାଲିର ର˚ଗ ସବୁଜ ବର୍ଣ୍ଣ ହୋଇଥିବାରୁ ଏମିତି ଭାବେ ନାମିତ ହୋଇଥିବା ଜଣାଯାଏ। ବିଶ୍ବାସ କରାଯାଏ ଯେ ପୂର୍ବରୁ ଏହି ଅଞ୍ଚଳ ଆଗ୍ନେୟଗିରିରେ ପରିପୂର୍ଣ୍ଣ ଥିଲା। ସେହି ଆଗ୍ନେୟଗିରିରୁ ଉଦ୍‌ଗିରଣ ହେଉଥିବା ଅଲିଭାଇନ ନାମକ ଏକ ପ୍ରକାର ଖଣିଜ ପଦାର୍ଥ ପ୍ରଭାବରେ ସମଗ୍ର ଦ୍ବୀପ ଅଞ୍ଚଳ ସବୁଜ ରଙ୍ଗରେ ପରିଣତ ହୋଇଛି। ଆ‌େଗ୍ନୟଗିରିଗୁଡ଼ିକ ଏବେ ପ୍ରାୟ ସୁପ୍ତ। ଏହି ବେଳାଭୂମି ଚାରିପଟେ ଚାରଣଭୂମି ରହିଥିବାରୁ ସେଠାକୁ ଯିବା ଲାଗି ରାସ୍ତା ନାହିଁ। କେବଳ ଚାଲି ଚାଲି ଯିବାକୁ ପଡ଼େ।

ସମ୍ବନ୍ଧିତ ଖବର