ଭାଇରାଲ୍‌ ହେଲା ସୁଶାନ୍ତଙ୍କ ସ୍ପିରିଟ୍‌ ବକ୍ସ ସେସନ୍ (ଆତ୍ମା ଡାକରା)‌ର ଭିଡିଓ ! ଜଣାଶୁଣା ପାରାନର୍ମାଲିଷ୍ଟ୍‌ ଷ୍ଟିଭ୍‌ ହଫ୍‌ଙ୍କ ଦାବି, ପ୍ରଶ୍ନର ଉତ୍ତର ଦେଉଛନ୍ତି ସୁଶାନ୍ତ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୧ ମାସରୁ ଊର୍ଧ୍ବ ହୋଇ ଯାଇଥିଲେ ବି ଘଟଣାକୁ ନେଇ ଚର୍ଚ୍ଚା ଥମି ନାହିଁ। ବିଭିନ୍ନ ମହଲରେ ଦେଖିବାକୁ ମିଳୁଛି ସୁଶାନ୍ତଙ୍କ ମୃତ୍ୟୁ ସଂପର୍କିତ ଚର୍ଚ୍ଚା। କେହି କେହି ଅଭିଯୋଗ ଆଣିଛନ୍ତି କି ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ତ ପୁଣି କେହି ଦାବି କରିଛନ୍ତି କି ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଛି।

ସୁଶାନ୍ତଙ୍କ ଚର୍ଚ୍ଚା ନସୁରୁଣୁ ଆରମ୍ଭ ହୋଇଗଲାଣି ସୁଶାନ୍ତଙ୍କ ଆତ୍ମାକୁ ନେଇ ଚର୍ଚ୍ଚା। ପାରାନର୍ମାଲ୍‌ ଗବେଷକ ଷ୍ଟିଭ୍‌ ହଫ୍‌ କରିଥିବା ଦାବି ଏବେ ସଭିଙ୍କୁ ଚକିତ କରିଛି। ସେ କହିଛନ୍ତି କି ସେ ସ୍ପିରିଟ୍‌ କଲ୍‌(ଆତ୍ମାକୁ ଡାକିବା) ବା ସ୍ପିରିଟ୍‌ ବକ୍ସ ସେସନ୍‌ କରି ସୁଶାନ୍ତଙ୍କ ସହ କଥା ହୋଇଛନ୍ତି। ଗବେଷକ ଜଣକ ଏପରି କହୁଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହଜାର ହଜାର ସୁଶାନ୍ତଙ୍କ ପ୍ରଶଂସକ ସୋସିଆଲ୍‌ ମିଡିଆରେ ଅନୁୁରୋଧ କରିବା ପରେ ହଫ୍‌ ଏହି ସ୍ପିରିଟ୍‌ ବକ୍ସ ସେସନ୍‌ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।

ସେ ଏକ ମେସିନ୍‌ ଜରିଆରେ ସୁଶାନ୍ତଙ୍କ ଆତ୍ମାକୁ ଡାକି କଥା ହୋଇଛନ୍ତି ବୋଲି ତାଙ୍କର ଦାବି। ତାଙ୍କ କହିବା କଥା ହେଉଛି ସେ ସୁଶାନ୍ତଙ୍କ ଆତ୍ମାକୁ ଅନେକ ପ୍ରଶ୍ନ ପଚାରିଛନ୍ତି। ଷ୍ଟିଭ୍‌ ଯେବେ ପ୍ରଶ୍ନ ପଚାରୁଥିଲେ ତାହାର ଉତ୍ତର ମେସିନ୍‌ ଦେଉଥିବା ବୋଲି ‌ସେ କହିଛନ୍ତି।

ଷ୍ଟିଭ୍‌ଙ୍କର କିଛିି ପ୍ରଶ୍ନ ଓ ମେସିନ୍‌ ଦେଉଥିବା କିଛି ଉତ୍ତର ନିମ୍ନରେ ଉଲ୍ଲେଖ କରାଯାଇଛି:

ପ୍ରଶ୍ନ: ସୁଶାନ୍ତଙ୍କ ସହ ଦୟାକରି ସଂଯୋଗ ହୋଇପାରିବ କି?

ଉତ୍ତର: ମୁଁ କଥା ହେବା ପାଇଁ ପ୍ରସ୍ତୁତ ଅଛି।

ପ୍ରଶ୍ନ: ମୃତ୍ୟୁ ପୂର୍ବରୁ ତୁମ ସହ କ’ଣ ହୋଇଥିଲା?

ଉତ୍ତର: ଜଣଙ୍କ ସହ ଖୁବ୍‌ ଜୋର୍‌ରେ ଝଗଡ଼ା ହୋଇଥିଲା।

ପ୍ରଶ୍ନ: ତୁମ ସ୍ବର ଏଠାରେ ଶୁଣା ଯାଉଛି। କ’ଣ କହିବାକୁ ଚାହିଁବ?

ଉତ୍ତର: ଏଠାରେ ଖୁବ୍ ଆଲୋକ‌ ହଫ୍‌।

ପ୍ରଶ୍ନ: ତୁମେ ଆଲୋକରେ ଅଛ? ମ‌ାନେ ତୁମେ ଈଶ୍ବରଙ୍କ ସହ ଅଛ?

ଉତ୍ତର: ଏଠାରେ ଆଲୋକ ଧୀରେ ଧୀରେ କମିିବାକୁ ଲାଗୁଛି।

ପ୍ରଶ୍ନ: ତୁମର ଅନେକ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି ତୁମେ କାହିଁକି ଜାଣି ଜାଣି ନିଜ ଜୀବନ ନେଇଗଲ?

ଉତ୍ତର: ଟିକେ ପରିବର୍ତ୍ତନ ପାଇଁ।।

ପ୍ରଶ୍ନ: ତୁମେ କହୁଥିଲ ତୁମର କାହା ସହ ଖୁବ୍ ଜୋର୍‌ ଝଗଡ଼ା ହୋଇଥିଲା। ପୁଣି କ’ଣ ‌ହେଲା?

ଉତ୍ତର: ଏବେ ସବୁ କିଛି ଶେଷ ହୋଇସାରିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଷ୍ଟିଭ୍‌ ହଫ୍‌ ହେଉଛନ୍ତି ବିଶ୍ବର ଜଣେ ଜଣାଶୁଣା ପାରାନର୍ମାଲିଷ୍ଟ୍‌। ସେ ପୂର୍ବରୁ ମାଇକେଲ୍‌ ଜାକ୍‌ସନଙ୍କର ବି ସ୍ପିରିଟ୍‌ କଲ କରି ସାରିଥିବା ଦାବି କରିଥିଲେ।

ସମ୍ବନ୍ଧିତ ଖବର