ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ପର୍ଶୁରାମ ହେଉଛନ୍ତି ରେଣୁକା ଓ ଅନ୍ୟତମ ସପ୍ତର୍ଷି ଋଷି ଜମଦଗ୍ନିଙ୍କ ପୁତ୍ର। ତ୍ରେତେୟା ଯୁଗର ଶେଷ ଆଡ଼କୁ ଜନ୍ମିତ ହୋଇ ସେ ସମ୍ପୂର୍ଣ୍ଣ ଭାବେ ଦ୍ୱପର ଯୁଗ ଦେଖିଥିଲେ। କୁହାଯାଏ କଳିଯୁଗର ଆରମ୍ଭ ମଧ୍ୟ ସେ ଦେଖିଥିବା କୁହାଯାଉଛି। ଏଥିପାଇଁ ତାଙ୍କୁ ସପ୍ତଚିରଞ୍ଜିବୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ଶବ୍ଦ ପର୍ଶୁ ଓ ରାମ ମିଶି ତାଙ୍କର ନାମକରଣ କରାଯାଇଛି। ତାହାର ଅର୍ଥ ପର୍ଶୁ ଧାରଣ କରିଥିବା ରାମ। ଶିବଙ୍କୁ ତୁଷ୍ଟ କରିବାକୁ କଠୋର ତପ କରିବା ପରେ ତାଙ୍କୁ ପର୍ଶୁଟିଏ ମିଳିଥିଲା। ଶିବ ମଧ୍ୟ ତାଙ୍କୁ ଆତ୍ମ ରକ୍ଷା ପାଇଁ ଆବଶ୍ୟକ ଲଢ଼େଇ କୌଶଳ ଶିଖାଇ ଥିଲେ।
ଶକ୍ତିଶାଳୀ ରାଜା କାର୍ତ୍ତବିର୍ଯ୍ୟ ଅର୍ଜୁନ ତାଙ୍କ ପିତାଙ୍କୁ ହତ୍ୟା କରିବା ପରେ ପର୍ଶୁରାମ ୨୧ ଥର କ୍ଷେତ୍ରୀୟମାନଙ୍କ ଉପରେ ଆକ୍ରମଣ କରିଥିଲେ। ଭୀଷ୍ମ, ଦ୍ରୋଣ ଏବଂ କର୍ଣ୍ଣଙ୍କର ଉପଦେଷ୍ଟା ଭାବେ ସେ ମହାଭାରତ ଓ ରାମାୟଣରେ ମଧ୍ୟ ଗରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବିଶ୍ୱାସ କରାଯାଏ ମାନବ ହୋଇ ତ୍ରିମୂର୍ତ୍ତିଙ୍କ ଠାରୁ ବ୍ରହ୍ମାଣ୍ଡ ଅସ୍ତ୍ର, ବୈଷ୍ଣବ ଅସ୍ତ୍ର ଏବଂ ପଶୁପାତ ଅସ୍ତ୍ର ହାସଲ କରିଥିବା ବ୍ୟକ୍ତି ହେଉଛନ୍ତି ଭଗବାନ ପର୍ଶୁରାମ ଏବଂ ରାବଣର ପୁତ୍ର ଇନ୍ଦ୍ରଜିତ।
ପର୍ଶୁରାମ ହେଉଛନ୍ତି ଭଗବାନ ଶିବଙ୍କର ଶିଷ୍ୟ। ତାଙ୍କ ଠାରୁ ସେ ଶାସ୍ତ୍ର ଓ ସମର କୌଶଳ ଶିକ୍ଷା କରିଥିଲେ।
ତା’ପରେ ଶିବଙ୍କ ଠାରୁ ଦିବ୍ୟାସ୍ତ୍ର ଏବଂ ଶିବଙ୍କ ନିର୍ଦେଶକ୍ରମେ ଅନ୍ୟାନ୍ୟ ଦେବତାଙ୍କ ଠାରୁ ଅସ୍ତ୍ରଶସ୍ତ୍ର ପ୍ରାପ୍ତ ହୋଇଥିଲେ। ଭାର୍ଗବାସ୍ତ୍ର ହେଉଛି ତାଙ୍କର ଏକାନ୍ତ ଦିବ୍ୟାସ୍ତ୍ର, ବିଜୟ ଥିଲା ତାଙ୍କର ବ୍ୟକ୍ତିଗତ ଧନୁ। ମାଡ଼ି ଆସୁଥିବା ସମୁଦ୍ର ସହ ଲଢ଼ି ସେ କୋଙ୍କଣ ଓ କେରଳକୁ ଜଳପ୍ଳାବନରୁ ରକ୍ଷା କରିଥିଲେ।
ସତ୍ୟ ଯୁଗର ଅଧାର୍ମିକ କ୍ଷେତ୍ରୀୟ ରାଜାମାନଙ୍କୁ ବିନାଶ କରିବାକୁ ଭଗବାନ ବିଷ୍ଣୁ ପର୍ଶୁରାମ ଅବତାର ଧାରଣ କରିଥିଲେ। ଏହା ଥିଲା ଆଂଶିକ ଅବତାର। ଅର୍ଥାତ୍ ପରଂବ୍ରହ୍ମ କିଛି ଶକ୍ତି ନିଜ ପାଖରେ ରଖି ବାକି ଶକ୍ତିକୁ ପୃଥିବୀକୁ ପ୍ରେରଣ କରି ପର୍ଶୁରାମଙ୍କୁ ଜାତ କରାଇଥିଲେ।
କୁହାଯାଏ ସେ ଚିରଞ୍ଜିବୀ ଅର୍ଥାତ୍ ଅମର। ଏବେ ମଧ୍ୟରେ ମହେନ୍ଦ୍ରଗିରିରେ ବସି ତପାଚାର କରୁଛନ୍ତି।
ପୁଣି କୁହାଯାଏ ସେ ସବୁ ଅବତାର ସହ ସମ୍ପୃକ୍ତ। କଳ୍କୀ ପୁରାଣ କହେ କଳ୍କୀଙ୍କ ଅଧ୍ୟାତ୍ମିକ ଏବଂ ଶସ୍ତ୍ର ଗୁରୁ ହେବା ପାଇଁ କଳିଯୁଗର ଶେଷ ଆଡ଼କୁ ତାଙ୍କର ପୁଣି ଆବିର୍ଭାବ ଘଟିବ।