ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପକ୍ଷୀ ସହିତ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। କିଛି ପକ୍ଷୀ ଘରେ ଗୃହପାଳିତ ଭାବେ ଥିବା ବେଳେ ଆଉ କିଛି ପକ୍ଷୀ ଖୋଲା ଆକାଶ ତଳେ ଘୁରି ବୁଲୁଥାଆନ୍ତି।
ପକ୍ଷୀମାନଙ୍କ ମଧ୍ୟରୁ ଶୁଆ ଓ ସାରିଙ୍କୁ ଘରେ ଗୃହପାଳିତ ଭାବେ ରଖାଯାଇଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଶୁଆର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯିଏକି ସ୍ପଷ୍ଟ ଭାବେ ଇଂରାଜୀ କହୁଥିବା ଶୁଣିବାକୁ ମିଳୁଛି।
ଭାଇରାଲ ଭିଡିଓରେ ଶୁଆ ତାର ମାଲିକାଣୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି କି ତାକୁ ଥଣ୍ଡା ଓ କାଶ ହୋଇଛି। ଶୁଆ ତାର ମାଲିକାଣୀଙ୍କୁ ନିଜର ଅସୁସ୍ଥତାକୁ ଏମିତି ବଖାଣୁଛି କି ଯେମିତି କେହି ଜଣେ ବୃଦ୍ଧ କି ବୃଦ୍ଧା ଅସୁସ୍ଥ ଅଛନ୍ତି।
ଶୁଆ ଇଂରାଜୀରେ ମାଲିକାଣୀଙ୍କୁ କହୁଛି, ‘ମମି ମୁଁ ଅସୁସ୍ଥ ଅଛି।’ ଶୁଆର କଥା ଶୁଣି ମାଲିକାଣୀ କହୁଛନ୍ତି କାହିଁ ମୋତେ ତ ଲାଗୁ ନାହିଁ ତୁ ଅସୁସ୍ଥ ଥିବା ଭଳି।’ ଏହାପରେ ଶୁଆ କାଶିକାଶି କହୁଛି, ‘ଓହ, ମୁଁ ଅସୁସ୍ଥ ଅଛି।’
ନିଜର ମାଲିକାଣୀ ସହିତ ଶୁଆ ଇଂରାଜୀରେ କଥା ହେଉଥିବା ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ଖୁସି ହୋଇଯାଇଛନ୍ତି। ଏହି ଭିଡିଓକୁ ନିଜନିଜ ଆକାଉଣ୍ଟରେ ସେୟାର ବି କରିଛନ୍ତି।