ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଡାକ୍ତର ଦଳ ଏପରି ଏକ ଚମତ୍କାର କରିଛନ୍ତି ଯାହା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

Advertisment

ଘଟଣାଟି ହେଉଛି ଏପରି, ଏକ ୨୧ ବର୍ଷ ବୟସ୍କା ଶୁଆ, ଯାହାର ନାମ ବେଟୁ ରଖାଯାଇଛି। ବେଟୁର ନିକଟରେ ସଫଳ ଟ୍ୟୁମର ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଙ୍କ ଦଳ ମିଳିତ ଭାବେ ଶୁଆ ବେକରୁ ୨୦ଗ୍ରାମର ଏକ ଟ୍ୟୁମର ବାହାର କରି ଏକ ନୂତନ ଜୀବନ ଦେଇଛନ୍ତି। ଏହି ଟ୍ୟୁମରକୁ ହଟାଇବାରେ ଡାକ୍ତରୀ ଦଳକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା, କିନ୍ତୁ ଦୁଇ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଶୁଆ ବେକରୁ ଟ୍ୟୁମର ବାହାର କରାଯାଇଥିଲା।

ପ୍ରାୟ ୬ମାସ ପୂର୍ବେ ଶୁଆ ବେକରେ ମାଲିକ ଗଣ୍ଠି ଭଳି କିଛି ଥିବା ଅନୁଭବ କରିଥିଲେ। ଏହି ଗଣ୍ଠି ଧୀରେଧୀରେ ବୃଦ୍ଧି ପାଇବାକୁ ଲାଗିଥିଲା। ଯାହାକି ଶୁଆର କଥା କହିବା ଓ ଖାଇବାରେ ଅସୁବିଧା ସୃଷ୍ଟି କରିଥିଲା। 

ତେଣୁ ମାଲିକ ଚନ୍ଦ୍ରଭନ୍ ବିଶ୍ୱକର୍ମା ଚିକିତ୍ସା ପାଇଁ ବେଟୁକୁ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଡାକ୍ତରଙ୍କ ପାଖକୁ ଆଣିଥିଲେ।  ଶୁଆର ଚିକିତ୍ସା ପରେ ପ୍ରାଣୀ ଚିକିତ୍ସକମାନେ ବେକରେ ଥିବା ଗଣ୍ଠିକୁ ଟ୍ୟୁମର ବୋଲି ଚିହ୍ନଟ କରି ଅପରେସନ୍ କରିବାକୁ ପରାମର୍ଶ ଦେଇଥିଲେ।
 ଏହା ପରେ ପ୍ରାଣୀ ଚିକିତ୍ସକମାନେ ପ୍ରାୟ ଦୁଇ ଘଣ୍ଟା ଧରି ଶୁଆର ଅସ୍ତ୍ରୋପଚାର କରିଥିଲେ ଏବଂ ସେପ୍ଟେମ୍ବର ୧୫ ରବିବାର ଦିନ ପ୍ରାୟ ୨୦ ଗ୍ରାମର ଟ୍ୟୁମରକୁ ସଫଳତାର ସହିତ ହଟାଇ ଦିଆଯାଇଥିଲା।

ଏହି ଅସ୍ତ୍ରୋପଚାର ପ‌ରେ ଶୁଆ ଏବେ ସୁସ୍ଥ ଅଛି। ଠିକ ଭାବେ ଖାଇବି ପାରୁଛି। ଯାହାକୁ ଦେଖି ମାଲିକ ବିଶ୍ବକର୍ମା ଖୁବ ଖୁସି ହୋଇଯାଇଛନ୍ତି। 

ଅଧିକପଢ଼ନ୍ତୁ: