ପର୍ଶୁରାମ ହୋଉଛନ୍ତି ଋଷି ଯମଦଗ୍ନୀ ଓ ତାଙ୍କ ପତ୍ନୀ ରେଣୁକାଙ୍କ ପୁଅ। ରେଣୁରାଙ୍କର ଜଣେ ପତିବ୍ରତା ନାରୀ ଭାବେ ସୁନାମ ରହିଛି। ସେ ବିନା ବାସନରେ ସଙ୍ଗେ ସଙ୍ଗେ ମାଟିରେ ଏକ ପାତ୍ର ବନାଇ  ନଦୀରୁ ପାଣି ଆଣିପାରୁଥିଲେ, ତାହା କେବଳ ତାଙ୍କ ଭକ୍ତି ପାଇଁ ସମ୍ଭବ ହେଉଥିଲା। ଦିନେ ରେଣୁକା ନଦୀକୁ ଯାଇଥିଲେ ସେହି ସମୟରେ ଆକାଶମାର୍ଗରେ ଗନ୍ଧର୍ବ ରଥରେ ଗଲେ। ତାଙ୍କର ରୂପମାଧୁର୍ଯ୍ୟ ଦେଖି କିଛି ସମୟ ପାଇଁ ଆନମନା ହୋଇଗଲେ ରେଣୁକା। ଫଳରେ ସେ ଆଉ ଉକ୍ତ ମାଟି ପାତ୍ରରେ ପାଣି ଆଣିବାରେ ସମର୍ଥ ହେଲେ ନାହିଁ।

Advertisment

ଘରକୁ ଫେରିବାରୁ ସ୍ୱାମୀ ଯମଦମ୍ନୀ ସବୁ କିଛି ଜାଣିପାରି ତାଙ୍କ ଉପରେ ନିଜର କ୍ରୋଧ ବ୍ୟକ୍ତ କଲେ। ପ୍ରଥମେ ଋଷି ତାଙ୍କ ବଡ଼ ପୁଅକୁ ନିଜର ମାଆର ମୁଣ୍ଡ କାଟିବା କହିଲେ। ମାତ୍ର ସେ ମନା କରିବାରୁ ଋଷି ତାଙ୍କୁ ପଥର କରିଦେଲେ। ପରେ ତାଙ୍କ ମଝିଆ ପୁଅକୁ ବି ସମାନ କଥା କହହିଲେ। ସେ ବି ମନା କରିବାରୁ ତାଙ୍କୁ ବି ଯମଦଗ୍ନି ପଥର କରିଦେଲେ। ତୃତୀୟ ପୁତ୍ର ପର୍ଶୁରାମକୁ ଯେତେବେଳେ ଋଷି ମାଆର ମୁଣ୍ଡ କାଟିବାକୁ କହିଲେ ସେ ତତ୍‌କ୍ଷଣାତ ମୁଣ୍ଡ ଛେଦନ କଲେ। ଋଷି ଖୁସି ହୋଇ ପର୍ଶୁରାମଙ୍କୁ ବର ମାଗିବାକୁ କହିଲେ। ପର୍ଶୁରାମ ତାଙ୍କ ମାଆର ଜୀବନ ମାଗି ପୁଣି ଥରେ ମାଆଙ୍କ ଜୀବିତ କରିପାରିଥିଲେ।