ଜମଦଗ୍ନି ରୁଷି ଏବଂ ସତୀ ରେଣୁକାଙ୍କ ପୁତ୍ର ପର୍ଶୁରାମଙ୍କୁ ତ ଜାଣିଥିବେ ନିଶ୍ଚୟ। ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ପର୍ଶୁରାମ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର। ସେ ଜଣେ ପରମ ଯୋଦ୍ଧା ଭାବେ ବେଶ୍‌ ପରିଚିତ। ପର୍ଶୁରାମ ହାତରେ ଅସ୍ତ୍ର ଧରି ବାହାରକୁ ବାହାରିଲେ ସେ ଅଞ୍ଚଳର ସମସ୍ତଙ୍କ ଘର କବାଟ ବନ୍ଦ ହୋଇଯାଏ ବୋଲି କଥା ରହିଛି। ପର୍ଶୁରାମ ତାଙ୍କର ଶକ୍ତି-ସାମର୍ଥ୍ୟ ବ୍ୟତୀତ ସେ ଜଣେ ଉତ୍ତମ ପୂତ୍ର ଭାବେ ମଧ୍ୟ ବେଶ୍‌ ପରିଚିତ। ନିଜ ପିତା-ମାତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିବା ସତ୍ତ୍ୱେ ମାଆ ରେଣୁକାଙ୍କ ମୁଣ୍ଡକୁ ସେ କାହିଁକି କାଟିଥିଲେ ଆସନ୍ତୁ ଜାଣିବା।

Advertisment

publive-image

ଜମଦଗ୍ନି ରୁଷିଙ୍କ ପତ୍ନୀ ଜଣେ ସତୀ ହୋଇଥିବାରୁ ସେ ଏକ ମାଟି ପାତ୍ରରେ ବି ନଦୀରୁ ପାଣି ଧାରଣ କରି ଆଣିପାରୁଥିଲେ। କଞ୍ଚା ମାଟିରେ ତିଆରି ପାତ୍ରରେ ସେ ପାଣି ଆଣୁଥିବା ସତ୍ତ୍ୱେ ବି ପାତ୍ର କେବେ ମେଳଇ ଯାଉନଥିଲା। ତାହା ହିଁ ଥିଲା ତାଙ୍କ ସତୀତ୍ୱର ପ୍ରମାଣ। ଦିନେ ସେ ନଦୀକୁ ପାଣି ପାଇଁ ଯାଇଥିଲେ। ଉପରେ ଗନ୍ଧର୍ବ ଯିବାର ରେଣୁକା ଦେଖିବାକୁ ପାଇଲେ। ଗନ୍ଧର୍ବଙ୍କ ରୂପ-ଯୌବନରେ ବାସ୍‌ ଗୋଟାଏ କ୍ଷଣ ପାଇଁ ଆନମନା ହୋଇଗଲେ ରେଣୁକା। ତା’ପରେ ସେ ପାତ୍ର ପାଣି ଭରୁ ଭରୁ ପାତ୍ରଟି ମେଳେଇ ଗଲା। ସେ ଭୟଭୀତ ହୋଇ ନଦୀ କୂଳରେ ବସିରହିଲେ। ସ୍ୱାମୀଙ୍କ ଭୟରେ ଘରକୁ ଫେରିଲେ ନାହିଁ। ରେଣୁକା ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ରୁଷି ଜମଦଗ୍ନି ଧ୍ୟାନରେ ବସିଲେ। ଧ୍ୟାନ ବଳରେ ପୂରା ଘଟଣା ଜାଣିପାରିଲେ। ଏଥିରେ ସେ ଅତ୍ୟନ୍ତ କ୍ରେଧିତ ହୋଇ ନିଜର ପୁତ୍ରମାନଙ୍କୁ ମାଆର ମୁଣ୍ଡ କାଟିବାକୁ ଆଦେଶ ଦେଲେ।

publive-image

ରୁଷିଙ୍କର ସବୁ ପୁତ୍ର ମାଆଙ୍କ ମୁଣ୍ଡ କାଟିବା କଥାକୁ ପ୍ରତ୍ୟାଖ୍ୟାନ କଲେ। କେହି ହେଲେ ପିତାଙ୍କ ଆଦେଶ ପାଳନ କଲେ ନାହିଁ। ଏଥିରେ କ୍ରୋଧୀ ଜମଦଗ୍ନି ନିଜର ପୁତ୍ରମାନଙ୍କୁ ପଥର କରି ଦେଲେ। ସେତିକି ବେଳେ ପହଞ୍ଚିଲେ ତାଙ୍କର ଅନ୍ୟତମ ପୁତ୍ର ପର୍ଶୁରାମ। ପର୍ଶୁରାମ କିନ୍ତୁ ପିତୃ ଆଦେଶ ପାଳନ କରି ମାଆଙ୍କ ଶିରଛେଦନ କଲେ। ପର୍ଶୁରାମଙ୍କ ଉପରେ ଜମଦଗ୍ନି ସନ୍ତୁଷ୍ଟ ହୋଇ ତାଙ୍କୁ ୨ଟି ବର ମାଗିବାକୁ କହିଲେ। ତା’ପରେ ପର୍ଶୁରାମ ଗୋଟାଏ ପରେ ଗୋଟାଏ ବର ମାଗିଲେ। ପର୍ଶୁରାମ ପ୍ରଥମେ ମାଗିଲେ, ମୋ ମାଆଙ୍କ ମୁଣ୍ଡ ଯୋଡ଼ି ତାଙ୍କୁ ଜୀବନ ପ୍ରଦାନ କରନ୍ତୁ ଏବଂ ଦ୍ୱିତୀୟ ବର ଥିଲା ମୋ ଭାଇମାନଙ୍କୁ ପଥରରୁ ମଣିଷ କରନ୍ତୁ। ପର୍ଶୁରାମଙ୍କ ସ୍ନେହ ଓ ସମ୍ମାନରେ ଖୁସି ହୋଇ ଜମଦଗ୍ନି ରୁଷି ତାଙ୍କର ସମସ୍ତ ବରକୁ ତସ୍ତାତୁ କହିଥିଲେ।